ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ: ନାଟମଣ୍ଡପ, ଭିତର ଏବଂ ବାହାର କାଠରେ ଲାଗିବ ଉନ୍ନତମାନର ସିସିଟିଭି

ପୁରୀ,୨୧/୧୦:  ଶ୍ରୀମନ୍ଦିର ଭିତର ସୁରକ୍ଷା ନିମନ୍ତେ ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇଥିବା ବେଳେ ଏବେ ଆଉ  କିଛି ଉନ୍ନତମାନର ସିସିଟିଭି ଲଗାଇବାକୁ ପଦକ୍ଷେପ ନେଇଛି । ପ୍ରାୟ ୧୦ ଲକ୍ଷ ଟଙ୍କା  ଖର୍ଚ୍ଚ କରି ବଡ଼ଦେଉଳର ନାଟମଣ୍ଡପ,  ଭିତରକାଠ ଓ ବାହାର କାଠ ନିକଟରେ ଏହି  ସିସିଟିଭି ଲଗାଯିବାକୁ ଯୋଜନା ହୋଇଛି । ୫ ମେଗାଫିକ୍ସେଲର  ପ୍ରାୟ ୨୪ଟି କ୍ୟାମେରା  ଲଗାଇବାକୁ ଯୋଜନା  ହୋଇଥିବା ଜଣାପଡ଼ିଛି । ଗୋଟାଏ ପଟେ  ଶ୍ରୀମନ୍ଦିରରେ ଭିଡ଼  ନିୟନ୍ତ୍ରଣ ଓ ଦର୍ଶନ  ଶୃଙ୍ଖଳା ନିମନ୍ତେ ପ୍ରଶାସନିକ ସ୍ତରରେ ବ୍ୟାପକ  ଯୋଜନା ହେଉଛି । 

ଅନ୍ୟପଟେ ଶ୍ରୀମନ୍ଦିର  ସୁରକ୍ଷାକୁ ଲଂଘନ କରି ବିଭିନ୍ନ ଅଘଟଣ  ଘଟିବା ଏବେ ପୁଲିସ, ପ୍ରଶାସନର ମୁଣ୍ଡବିନ୍ଧାର  କାରଣ ହୋଇଛି । ଶ୍ରୀମନ୍ଦିର ଭିତରେ ଚୋରି,  ଶୋଷଣ, ଦୁର୍ବ୍ୟବହାର ନୀତିଦିନିଆ ଘଟଣା  ହେଲାଣି । ସୁରକ୍ଷାବଳକୁ ଭେଦ କରି କେତେ  ବେଳେ ଦୁର୍ବୃତ୍ତମାନେ ଚୁଲି ଭାଙ୍ଗି ଦେଉଛନ୍ତି  ତ କେତେବେଳେ ବଡ଼ଦେଉଳ ନୀଳଚକ୍ର  ପାଖରେ ପହଞ୍ଚି ଯାଉଛନ୍ତି । ମହାପ୍ରଭୁଙ୍କୁ ଅର୍ପଣ ହେଉନଥିବା ବାନା ଓ ବିଭିନ୍ନ ନିଷିଦ୍ଧ ଜିନିଷ  ଶ୍ରୀମନ୍ଦିର ଭିତରେ ବିକ୍ରି ହେଉଛି । ଶ୍ରୀମନ୍ଦିର  ପଶ୍ଚିମ ଦ୍ୱାର ପରିକ୍ରମା ମାର୍ଗ ପ୍ରବେଶ ଗେଟ୍‌ ପାଖରେ ଜଣେ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର  ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ  ହାଣିବା ସବୁଠାରୁ ଉଦ୍‌ବେଗର ବିଷୟ ହୋଇଛି ।  ଶ୍ରୀମନ୍ଦିର ଓ ପରିକ୍ରମା ମାର୍ଗ ସିସିଟିଭି ନଜରରେ  ଥିଲେ ହେଁ ଦୁର୍ବୃତ୍ତମାନେ ଅପରାଧ ଘଟାଇବାକୁ  ପଛାଉ ନଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା  ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.