ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ରାଜ୍ୟ କଂଗ୍ରେସ ମୁଖିଆ ପାଇଁ ଜୋରଦାର ଲବି ଆରମ୍ଭ, ଚରଣ ଦାସଙ୍କ ଆଗରେ ନିଜ ସପକ୍ଷରେ କହିବାକୁ ମେଳି ବାନ୍ଧୁଛନ୍ତି ନେତା

ଭୁବନେଶ୍ୱର,୨୧/୧୦: ୨୬ରେ ଓଡ଼ିଶା ଆସୁଛନ୍ତି  ଚରଣ ଦାସ ମହନ୍ତ । ସେ କଂଗ୍ରେସ ଭବନରେ ନେତାଙ୍କୁ ଜଣ  ଜଣ କରି ପଚାରି ବୁଝିବେ କିଏ ପିସିସି ସଭାପତି ହେଲେ ଭଲ ହେବ । ତେଣୁ ଏବେଠାରୁ ଲବି ଆରମ୍ଭ ହୋଇଗଲାଣି । ‘ତୁମେ ମୋ ସପକ୍ଷରେ କହିବ । ମୁଁ ପିସିସି ସଭାପତି ହେଲେ ତୁମ ପାଇଁ ଭଲ । ଆମେ ସମସ୍ତେ ମିଳିମିଶି ସଙ୍ଗଠନ କରିବା । ନା କ’ଣ  କହୁଛ ।’ ଏଭଳି କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ  ନିକଟକୁ ଫୋନ୍‌ କଲ୍‌ ଆସିବା ଆରମ୍ଭ ହୋଇଯାଇଛି ।  ଏପରିକି ନେତା ଚୟନ ପୂର୍ବରୁ ରାଜ୍ୟ କଂଗ୍ରେସ  ୨ଟି ଗୋଷ୍ଠୀରେ ଭାଗ ଭାଗ ହୋଇଥିବା ଜଳଜଳ ଦେଖାଯାଉଛି । ଉଭୟ ଗୋଷ୍ଠୀ ଚରଣ ଦାସଙ୍କ ଗସ୍ତ ବେଳେ ନିଜର ଦବ୍‌ଦବା ଦେଖାଇବା ପାଇଁ  ଏବେଠୁ ଅଣ୍ଟା ଭିଡ଼ିଲେଣି । କେଉଁ ଗୋଷ୍ଠୀ ସପକ୍ଷରେ  ଅଧିକ ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ  ପିସିସି ସଭାପତି କହିବେ ସେ ନେଇ ଆଲୋଚନା ଜାରି ରହିଛି ।    

ମିଳିଥିବା ସୂଚନା ଅନୁସାରେ, ୨୫ ତାରିଖ ରାତିରେ ଚରଣଦାସ  ଓ ମୀନାକ୍ଷୀ ନଟରାଜନ୍‌ ଭୁବନେଶ୍ୱରରେ ପହଞ୍ଚିବେ । ୨୬ ଓ ୨୭ ତାରିଖରେ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା  କରିବେ । ତେବେ ନୂଆ ନା ପୁରୁଣା ଚେହେରାକୁ ଦାୟିତ୍ୱ ଦେବେ । କାହାକୁ ଦେଲେ ଓଡ଼ିଶାରେ ପୁଣି କଂଗ୍ରେସ ତା’ର ପୂର୍ବ ସ୍ଥିତିକୁ ଫେରିବ  ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି । ନେତାଙ୍କ  ମତକୁ ନେଇ ପିସିସି ସଭାପତି ଚୟନ କରାଯାଉଥିବାରୁ  କଂଗ୍ରେସ ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ  ମିଳିଛି । 

କଂଗ୍ରେସ ନେତାଙ୍କ ଚର୍ଚ୍ଚାରୁ ଜଣାପଡ଼ିଛି ଯେ  ପିସିସି ସଭାପତି ଦୌଡରେ ପୁରୁଣା ଚେହେରା ଭାବେ  ଶ୍ରୀକାନ୍ତ ଜେନା, ଭକ୍ତଚରଣ ଦାସ, ଶରତ ରାଉତଙ୍କ ନାଁ ଥିବାବେଳେ ନୂଆ ଚେହେରା ଭାବେ ମହମ୍ମଦ ମୋକିମ, ବିଶ୍ୱରଞ୍ଜନ  ମହାନ୍ତି, ସପ୍ତଗିରି ଉଲାକାଙ୍କ ନାଁ ଆସୁଛି । ଏମାନଙ୍କ ମଧ୍ୟରୁ କେଉଁ ନେତାଙ୍କୁ ଅଧିକ ସମର୍ଥନ ରହିଛି, ତାହା କମିଟି ଏଆଇସିସି ନିକଟରେ  ରିପୋର୍ଟ ଦେବ । ସେହି ରିପୋର୍ଟକୁ ଭିତ୍ତି କରି ହାଇକମାଣ୍ଡ ନୂଆ ପିସିସି ସଭାପତି ଘୋଷଣା କରିବ । ତେବେ ଓଡ଼ିଶାକୁ ନୂଆ ପିସିସି  ଦୀପାବଳି ପୂର୍ବରୁ ମିଳିବ ବୋଲି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.