କେନ୍ଦ୍ରାପଡ଼ା,୨୫/୧୦: ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହିତ ସ୍ଥଳଭାଗରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ରହିଥିବା ବେଳେ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଆଗାମୀ ୨ ରୁ ୩ ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ଫଳରେ କେନ୍ଦ୍ରାପଡ଼ା, ଭଦ୍ରକ, ଧାମରା, ଦିଘା ଅଞ୍ଚଳରେ ବର୍ଷା ହେବା ସହିତ ପବନର ମାତ୍ରା ଅଧିକ ବଢ଼ିବାରେ ଲାଗିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ବାତ୍ୟା ଦାନା ତାର ଭୟାବହ ରୂପ ଦେଖାଇବା ଆରମ୍ଭ କରିଛି । ସମୁଦ୍ରର ଉଚ୍ଚ ଉଚ୍ଚ ଲହଡ଼ି କୂଳ ଲଙ୍ଘିଥିବା ବେଳେ ରାସ୍ତାରେ ଗଛ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ଭିତରକନିକାରେ ମଧ୍ୟ ପ୍ରବଳ ବର୍ଷା ଏବଂ ପବନ ବହୁଛି ।
ଭିତରକନିକା ତାଳଚୁଆ ଜେଟିରେ ପବନର ବେଗ ବଢିବାରେ ଲାଗିଛି । ସମୁଦ୍ର ପାଣି କୂଳ ଲଙ୍ଘିବାରେ ଲାଗିଛି । ଜେଟି ନିକଟରେ ସମୁଦ୍ର କୂଳ ଖାଇବାରେ ଲାଗିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଘରର ପଛ ପଟେ ସମୁଦ୍ର କୂଳ ଖାଇସାରିଛି । ତାଳଚୁଆରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିଛି । ଏପରି କି ବାତ୍ୟାର ପ୍ରଭାବରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି ।