ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ରାଜଧାନୀରେ ଘର ଭଡ଼ା ଖୋଜୁଥିଲେ ସାବଧାନ, ଟୁ ଲେଟ୍‌ ମାରି ଟଙ୍କା ନେଇଗଲା ଦଲାଲ

ଚନ୍ଦ୍ରଶେଖରପୁର, ୦୯/୦୯ : ରାଜଧାନୀରେ ରହିବାକୁ ଭଡା ଘର ଖୋଜୁଛନ୍ତି କି ? ରହିବା ପୂର୍ବରୁ ଠିକ୍‌ରେ ଯାଞ୍ଚ କରି ଟଙ୍କା ଦିଅନ୍ତୁ । କାରଣ ଓଏଲ୍‌ଏକ୍ସରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଚୂନ ଲଗାଉଛନ୍ତି ଦଲାଲ । ଅଫଲାଇନ୍‌ ହେଉ କି ଅନଲାଇନ୍‌ ସବୁ ଫୋରମରେ ଦଲାଲ ଏବେ ସକ୍ରିୟ । କେବଳ ଭଡ଼ାଟିଆ ନୁହଁନ୍ତି ଘର ମାଲିକଙ୍କୁ ବି ପଟି ମାରି ଦେଉଛନ୍ତି । ଏଭଳି ଅଭିଯୋଗ ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ଅଞ୍ଚଳରୁ ଆସିଛି । ନିଜକୁ ଘର ମାଲିକର ପରିଚୟ ଦେଇ ଜଣେ ଦଲାଲ ୯ ଜଣଙ୍କଠୁ ଠକି ନେଇଛି ଲକ୍ଷାଧିକ ଟଙ୍କା । ଫୋନ୍‌ ବନ୍ଦ କରି ଫେରାର ହୋଇଯାଇଛି । କିଛି ଉପାୟ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି। 

ଝାଡ଼ଖଣ୍ଡର ଶିଖା ଗୁପ୍ତାଶର୍ମା । ଭୁବନେଶ୍ୱରରେ ଏକ ସଫ୍ଟୱେର କମ୍ପାନୀରେ କାମ କରନ୍ତି । ରହିବା ପାଇଁ ସେ ଭଲ ଘରଟିଏ ଖୋଜୁଥିଲେ । କିଛି ଦିନ ପୂର୍ବରୁ ଓଏଲଏକ୍ସରେ ବିଜ୍ଞାପନ ଦେଖି ଜାଣିବାକୁ ପାଇଥିଲେ ମୈତ୍ରୀବିହାରରେ ଥିବା ଓଁ ଗାର୍ଡେନରେ ଘର ଖାଲିଅଛି । ସେଥିରେ ଦିଆଯାଇଥିବା ଫୋନ ନମ୍ବରରେ ଯୋଗାଯାଗ କରି ଉକ୍ତ ଠିକଣାରେ ଯାଇ ପହଞ୍ଚିଥିଲେ । ଜଣେ ଯୁବକ ନିଜକୁ ଘର ମାଲିକଙ୍କ ପୁଅର ପରିଚୟ ଦେଇ ୩ ବିଏଚ୍‌କେ ଘର ବୁଲାଇ ଦେଖାଇଥିଲେ । ଘର ପସନ୍ଦ ହେବା ପରେ ୧୧ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ ଶିଖା । ତେବେ ପରଦିନ ଜିନିଷପତ୍ର ସିଫ୍ଟ କରିବାକୁ ଉକ୍ତ ଯୁବକଙ୍କୁ ଫୋନ୍‌ କରିଥିଲେ । ହେଲେ ମୋବାଇଲ ସୁଇଚ୍‌ ଅଫ୍‌ ଆସିଥିଲା । ଫୋନ୍‌ ଲଗାଇ ବିଫଳ ହେବା ପରେ ଉକ୍ତ ଠିକଣାରେ ପୁଣି ପହଞ୍ଚିଥିଲେ ଶିଖା । ତେବେ ଜାଣିବାକୁ ପାଇଥିଲେ ଯେ ସେ ଘର ମାଲିକ ନୁହଁନ୍ତି । କେବଳ ଶିଖା ନୁହଁନ୍ତି । ଯାଜପୁର ଗୋଡିପାଟଣାର ଶୁଭମ୍‌ ଶାଶ୍ୱତ । ପେଶାରେ ସେ ମଧ୍ୟ ସଫ୍ଟୱୟର ଇଞ୍ଜିନିୟର । ତାଙ୍କୁ ୧୦ ହଜାର ଟଙ୍କା ଚୂନ ଲଗାଇଛି ଦଲାଲ । 

କେବଳ ଏହି ୨ ଜଣ ନୁହଁନ୍ତି ଘର ଖୋଜିବାକୁ ଯାଇ ଆଉ ୭ ଜଣ ସମାନ ତରିକାରେ ଠକାମୀର ଶିକାର ହୋଇଛନ୍ତି । କାହାଠୁ ୩୦ ହଜାର ତ କାହାଠୁ ୨୦ ହଜାର ଠକି ନେଇ ଚମ୍ପଟ ମାରିଛି ଦଲାଲ । ତେବେ ବଡ କଥା ହେଉଛି ଯେ ଟୁ ଲେଟ୍‌ ଲେଖିଥିବା ଘର ମାଲିକ ଏହି ଠକାମୀ ବିଷୟରେ ଜାଣିନାହାନ୍ତି । ଘରର ସୁପରଭାଇଜରକୁ ହାତ କରି କିଛି ଦିନ ପୂର୍ବରୁ ଉକ୍ତ ଦଲାଲ ଜଣଙ୍କ ଘର ଦେଖିବାକୁ ଆସିଥିଲା । ଘର ଭିତର ବୁଲି ଦେଖିବା ସହ ଫଟୋ ଓ ଭିଡିଓ ଉଠାଇ ନେଇଥିଲା । ପରେ ପରିବାର ଲୋକଙ୍କୁ ଘର ଦେଖାଇବାକୁ ଆଣିଆସିବ କହି ପଳାଇ ଯାଇଥିଲା । ସେ ମୋବାଇଲରେ ନେଇଥିବା ଫଟୋ ଓ ଭିଡିଓ ଓଏଲଏକ୍ସରେ ପୋଷ୍ଟ କରିଥିଲା । ଉକ୍ତ ପୋଷ୍ଟରେ ନିଜକୁ ଘର ମାଲିକ ପରିଚୟ ଦେଇଥିଲା । ଥାନା ଓ ସାଇବର ସେଲରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ୱର କଳେବର ବୁଦ୍ଧି ପାଉଛି । ଭଲ ଘରେ ରହିବାକୁ ଲୋକ ଘରଭଡ଼ା ଖୋଜୁଛନ୍ତି । ଏହାର ସୁଯୋଗ ନେଇ ଦଲାଲମାନେ ମାତିଛନ୍ତି । ଘର ମାଲିକଙ୍କୁ ହାତ କରି ଘରକୁ ନିଜ କବଜାକୁ ନେଇ ଯାଉଛନ୍ତି । ଲୋକଙ୍କୁ ଘର ଦେଖାଇ ଅଗ୍ରୀମ ୨ ମାସର ଟଙ୍କା ନେଇ ଯାଉଛନ୍ତି । ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଉନାହାଁନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.