ପ୍ରମୂଖ ଖବର
  • ଭୁବନେଶ୍ଵର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ପୁଣି ଧମକପୂର୍ଣ୍ଣ ମେଲ୍, ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ପାଇଁ ଦେଲା ଧମକ
  • ||
  • ବଣାଇ : ଘରକୁ ଫେରିବା ବେଳେ ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ
  • ||
  • ପିପିଲି : ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୩ ଗୁରୁତର
  • ||
  • ଲମତାପୁଟରେ ଶୀତ ଲହରୀ ଜାରି, ୫ ଡଗ୍ରୀ ତଳକୁ ଖସିଲା ପାରଦ
  • ||

ଅକ୍ଟୋବରରେ ଭୁବନେଶ୍ବରରେ ୪୭୬ଟି ଓ କଟକରେ ୩୦୪ଟି ସାଇବର୍ କ୍ରାଇମ ଅଭିଯୋଗ

Published By : Prameya | November 2, 2024 11:16 PM

ଭୁବନେଶ୍ୱର, ୨/୧୧ : ଭୁବନେଶ୍ୱର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଅକ୍ଟୋବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ୱର - ୭୪୪୦୦୦୬୭୦୯ ମାଧ୍ୟମରେ ୪୭୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିରୁ ୧୮୭ଟି ଥିଲା ୟୁପିଆଇ ଠକେଇ ସଂପର୍କିତ, ୫୪ଟି କ୍ରେଡିଟ/ଡେବିଟ କାର୍ଡ ଠକେଇ ଜନିତ, ଏବଂ ୧୦୬ଟି ସାମାଜିକ ମାଧ୍ୟମ ଠକେଇ ସଂପର୍କିତ। ମୋଟ ୧୨୯ଟି ଅନ୍ୟାନ୍ୟ ଠକେଇ ଜନିତ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୩୨ଟି ମାମଲା ଏବଂ ୪୫୨ଟି ଜିଡି କେସ ଭୁବନେଶ୍ୱର ସାଇବର୍ କ୍ରାଇମ ଥାନାରେ ପଞ୍ଜୀକୃତ ହୋଇଥିଲା । ଏହାପରେ ୨ ଜଣଙ୍କୁ ନୋଟିସ ଦେବା ସହ ୭ଜଣକୁ ଗିରଫ କରାଯାଇଛି । ଗତ ମାସରେ ଠକେଇ ମାଧ୍ୟମରେ ସର୍ବ ମୋଟ ୭,୦୬,୩୩,୫୯୯ ଟଙ୍କା ଠକେଇ ହୋଇଥିବା ମଧ୍ୟରୁ , ସାଇବର୍ କ୍ରାଇମ୍ ଓ ଅପରାଧ ହେଲ୍ପ ଡେସ୍କର ମିଳିତ ଉଦ୍ୟମରେ ଅଭିଯୋଗକାରୀମାନଙ୍କୁ ୪୦,୭୩,୧୧୩ ଟଙ୍କା ଫେରାଇ ଦିଆଯାଇଛି ଏବଂ ୧,୭୫,୦୨,୫୩୨ ଟଙ୍କାକୁ ବ୍ଲକ କରାଯାଇଛି।

ସେହିପରି କଟକ ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଅକ୍ଟୋବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର - ୮୨୮୦୪୦୫୬୯୫ ମାଧ୍ୟମରେ ୩୦୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଯେଉଁଥିରୁ ୭୫ଟି ୟୁପିଆଇ ଠକେଇ, ୩୩ଟି କ୍ରେଡିଟ/ଡେବିଟ କାର୍ଡ ଠକେଇ ଏବଂ ୫୫ଟି ସାମାଜିକ ମାଧ୍ୟମ ଠକେଇ ଥିଲା। ସେହିପରି ୧୪୧ଟି ଅନ୍ୟାନ୍ୟ ଠକେଇ ମାଧ୍ୟମରେ ହୋଇଥିଲା। ସେଥିରୁ ୫ଟି ମାମଲା କଟକ ସାଇବର୍ କ୍ରାଇମ୍ ଥାନାରେ ପଞ୍ଜୀକୃତ ହୋଇଥିବା ବେଳେ ୫ ଜଣକୁ ଗିରଫ କରାଯାଇଛି । କଟକ ଠକେଇ ମାଧ୍ୟମରେ ସର୍ବମୋଟ ୨,୮୬,୭୨,୨୬୩ ଟଙ୍କା ମଧ୍ୟରୁ , ଅଭିଯୋଗକାରୀ ମାନଙ୍କୁ ୯୦,୦୦,୦୦୦ ଟଙ୍କା ଫେରସ୍ତ ଦିଆଯାଇଛି ଏବଂ ୮,୫୫,୯୨୦ ଟଙ୍କା ବ୍ଲକ ମଧ୍ୟ କରାଯାଇପାରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.