ମୁମ୍ବାଇ,୧୧/୩ : ୯ମାର୍ଚ୍ଚରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୪ଓ୍ବିକେଟରେ ହରାଇ ଇତିହାସ ରଚିଥିଲା । କିନ୍ତୁ ଟିମ୍ ଇଣ୍ଡିଆର ଏହି ବିଜୟଠାରୁ ଅଧିକ ପାଣ୍ଡ୍ୟାଙ୍କ ଘଣ୍ଟାର ଚର୍ଚ୍ଚା ହେବାରେ ଲାଗିଛି । ହାର୍ଦ୍ଦିକ ପାଣ୍ଡିଆଙ୍କ ଲଗଜୁରୀ ଲାଇଫଷ୍ଟାଇଲ କାହାକୁ ଅଜଣା ନାହିଁ । ତାଙ୍କୁ ଭାରତ ବନାମ ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚରେ ରିଚାର୍ଡ଼ ମିଲ କମ୍ପାନୀର ଘଣ୍ଟା ପିନ୍ଧିଥିବା ଦେଖାଯାଇଛି ।
ହାର୍ଦ୍ଦିକ ରିଚାର୍ଡ଼ ମିଲ୍ RM 27-04 ରାଫେଲ ନାଡାଲ ଟୁର ବିଲନ ଏଡ଼ିଶନ ପିନ୍ଧିଥିବା ଦେଖାଯାଇଛନ୍ତି । ସୂଚନା ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ଘଣ୍ଟାର ଦାମ୍ ପ୍ରାୟ ୯.୧୫କୋଟି ଟଙ୍କା ହେବ । ହାର୍ଦ୍ଦିକ ଏହାକୁ ୯.୧୫କୋଟି ଟଙ୍କାରେ କିଣିଥିଲେ । କିନ୍ତୁ ଏହାପରେ ଏହି ଘଣ୍ଟାର ଦାମ୍ ଦ୍ରୁତ ଗତିରେ ବଢିଯାଇଛି । କୁହାଯାଉଛି ଯେ ଏବେ ଏହି ଘଣ୍ଟାର ଦାମ୍ ୧୮-୨୧କୋଟି ଟଙ୍କା ମଧ୍ୟରେ ଅଟେ ।
ଯଦି ଏହା ସତ ଅଟେ ତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ଘଣ୍ଟାର ଦାମ୍ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରାଇଜ ମନିରୁ ବି ଅଧିକ ଅଟେ । ଚାମ୍ପିୟନ୍ସ ଟ୍ରଫି ଜିତିବା ଲାଗି ଟିମ୍ ଇଣ୍ଡିଆକୁ ପ୍ରାୟ ୨୦କୋଟିର ପୁରସ୍କାର ରାଶି ମିଳିଥିଲା । ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ନଜର ପକାଇବା ତ ସେ ୯୯ରନ୍ କରିବା ସହ ୪ଓ୍ବିକେଟ ନେଇଥିଲେ । ପ୍ରକାଶ ଯେ, ଭାରତ ପ୍ରାୟ ତୃତୀୟ ଥର ଚାମ୍ପିୟନ୍ସ ଟ୍ରଫିର ତାଜ୍ ଜିତିଛି ।