ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୫ ମାସ ପରେ ଡବ୍ଲ୍ୟୁଏଫ୍‌ଆଇ ଉପରୁ ଉଠିଲା ବାସନ୍ଦ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା

Published By : Prameya | March 12, 2025 2:57 PM

ନୂଆଦିଲ୍ଲୀ, ୧୨/୦୩: ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫ୍‌ଆଇ) ଉପରୁ କେନ୍ଦ୍ର କ୍ରୀଡ଼ା  ମନ୍ତ୍ରଣାଳୟ ବାସନ୍ଦାଦେଶ ପ୍ରତ୍ୟାହୃତ  କରିନେଇଛି । ଫଳରେ ନିର୍ବାଚିତ  ଅଧିକାରୀମାନେ ସଂଘର ସମ୍ବିଧାନ  ଆଧାରରେ ଏଥର କାର୍ଯ୍ୟ କରିବେ । ବ୍ରିଜଭୂଷଣ ସରଣ ସିଂଙ୍କ ନାମରେ  ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଶୋଷଣ  ଅଭିଯୋଗ ଆଣିବା ପରେ ସେ ସଭାପତି  ପଦରୁ ଅନ୍ତର ହୋଇଥିଲେ । ସଂଘର  ନୂଆ ନିର୍ବାଚନ ହୋଇଥିଲା । ଏଥିରେ  ବ୍ରିଜଭୂଷଣଙ୍କ ଏକାନ୍ତ ଅନୁଗତ ସଞ୍ଜୟ  ସିଂ ନୂଆ ସଭାପତି ଭାବେ ନିର୍ବାଚିତ  ହୋଇଥିଲେ । ନିର୍ବାଚନରେ ଅନିୟମିତତା  ହେବା ଏବଂ ବ୍ରିଜଭୂଷଣଙ୍କ ଅନୁଗତମାନେ  ନିର୍ବାଚିତ ହେବା ନେଇ କ୍ରୀଡ଼ାବିତମାନେ  ବିରୋଧ କରିଥିଲେ । ଏହାପରେ କ୍ରୀଡ଼ା ମନ୍ତ୍ରଣାଳୟ ଡବ୍ଲ୍ୟୁଏଫ୍‌ଆଇ ଉପରେ  ବାସନ୍ଦ ଲଗାଇଥିଲା । ଭାରତୀୟ  ଅଲିମ୍ପିକ୍ସ ସଂଘ(ଆଇଓଏ) ଏହାର  ପରିଚାଳନା ନିମନ୍ତେ ଏକ ଆଡ୍‌-ହକ କମିଟି ଗଠନ କରିଥିଲା ।  

୨୦୨୩ ଡିସେମ୍ବର ୨୧ ତାରିଖରେ  ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ହୋଇଥିଲା ।  ୨୪ ତାରିଖରେ ବାସନ୍ଦାଦେଶ ଲାଗିଥିଲା ।  ୧୫ ମାସ ପରେ ଏହା ପ୍ରତ୍ୟାହୃତ  ହୋଇଥିବାରୁ ସଭାପତି ସଞ୍ଜୟ କେନ୍ଦ୍ର  କ୍ରୀଡ଼ା ମନ୍ତ୍ରଣାଳୟକୁ ଧନ୍ୟବାଦ  ଜଣାଇଛନ୍ତି । ଅମାନ ଆଗକୁ ଏସିଆନ୍‌ ଚାମ୍ପିଅନସିପ୍‌ ରହିଛି । ଡବ୍ଲ୍ୟୁଏଫ୍‌ଆଇ  ଏଥିପାଇଁ ଦଳ ଚୟନ କରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.