ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଚିତାବାଘ ଛାଲ ଚୋରା ଚାଲାଣ ମାମଲାରେ କୋର୍ଟଙ୍କ ରାୟ, ଅଭିଯୁକ୍ତକୁ ୩ବର୍ଷ ଜେଲ୍, ୧୦ ହଜାର ଫାଇନ୍

ହରଭଙ୍ଗା ୦୧/୧୦: ଏସ୍‌ଟିଏଫ ଟିମ୍‌କୁ ମିଳିଲାବଡ଼ ସଫଳତା। ଚିତାବାଘର ଛାଲ ଚୋରା ଚାଲାଣ ଏବଂ ୱାଇଲ୍ଡ ଲାଇଫ୍ ସୁରକ୍ଷା ଅଧିନିୟମ ଅନୁଯାୟୀ ନୂଆସାହି ଗ୍ରାମର ଗୌତମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ। ୩ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ଶୁଣାଣି କଲେ ହରଭଙ୍ଗା ଜେଏମଏଫସି କୋର୍ଟ।

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୦ରେ ସକାଳ ପ୍ରାୟ ୫.୧୫ ସମୟରେ ଫୁଲବାଣୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକ ଚିତାବାଘ ଛାଲ ଜବତ କରାଯାଇଥିଲା। ଏହି ସମୟରେ ହରଭଙ୍ଗା ନୂଆସାହି ଗ୍ରାମର ଗୌତମ ବେହେରା ଗ୍ରାହକୁ  ସେହି ଚିତାବାଘ ଛାଲ ଡେଲିଭର କରିବାକୁ ସେଠାରେ ଅପେକ୍ଷା କରିଥିଲା। ଯାହାପରେ ସେଠାରୁ ତାଙ୍କୁ ଏସ୍‌ଟିଏଫ ଟିମ୍‌ ଗିରଫ କରିଥିଲା। 

ସଫଳ ଅନୁସନ୍ଧାନ ପରେ, ଅଭିଯୁକ୍ତ ବିରୋଧରେ ଚାର୍ଜ ସିଟ୍ ଦାଖଲ କରାଯାଇଥିଲା । ୱାଇଲ୍ଡ ଲାଇଫ୍ ଅଧିନିୟମ ଅନୁଯାୟୀ ଜବତ ହୋଇଥିବା ଚିତାବାଘର ଛାଲକୁ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଡେରାଡୁନକୁ ପଠାଯାଇଥିଲା। ଏହି ମାମଲାରେ ଗତକାଲି ହରଭଙ୍ଗା ଜେଏମଏଫସି ରାୟ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି କରି କୋର୍ଟ ଗୌତମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୱାଇଲ୍ଡ ଲାଇଫ୍‌ ସୁରକ୍ଷା ଅଧିନିୟମ ଅନୁଯାୟୀ  ଅଦାଲତ ତାଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ଶୁଣାଣି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.