ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଛାତ୍ରୀଙ୍କୁ କଲେଜ ଅଧ୍ୟାପକଙ୍କ ଅସଦାଚରଣ ଅଭିଯୋଗ; ଆକ୍ସନ୍ ନେଲାନି ପୁଲିସ୍‌, ଥାନା ଘେରିଲା କଂଗ୍ରେସ

Published By : Ankita S | August 3, 2025 1:55 PM

ରଘୁନାଥପୁର,୦୩/୦: ସ୍ୱାମୀ ଅରୁପାନନ୍ଦ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ରଘୁନାଥପୁର ଥାନା ଘେରାଉ ହୋଇଛି  । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ ଯୁକ୍ତ ଦୁଇ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ଗିରଫ ଦାବି ହୋଇଛି । କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ସହ ରଘୁନାଥପୁର ଥାନା ଘେରାଉ କରାଯାଇଛି । ୮ ମାସ ତଳେ ଏହି କଲେଜର ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତି ଜନୈକା ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା । ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସହଯୋଗରେ ଏହି ଘଟଣାକୁ ଚପାଇ ଦିଆଯାଇଥିଲା  । 

ବାରମ୍ବାର ଖବର ପ୍ରସାରଣ ପରେ ସଜାଗ ହୋଇଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଉପଜିଲ୍ଲାପାଳ ଉଭୟ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିଥିଲେ । ସେମାନଙ୍କ ନାମରେ ରଘୁନାଥପୁର ଥାନାରେ ଗତ ୨୨ ତାରିଖରେ ଏତାଲା ମଧ୍ୟ ହୋଇଥିଲା । ହେଲେ ପୁଲିସ ଅଭିଯୁକ୍ତମାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରୁନଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ରଘୁନାଥପୁର ଥାନା ଘେରାଉ କରାଯାଇଛି । 

କଂଗ୍ରେସ ପିସିସି ସଭ୍ୟ ଦେବ ପ୍ରସାଦ ନାୟକଙ୍କ  ନେତୃତ୍ୱରେ ରାଜ୍ୟ କଂଗ୍ରେସ ଉପସଭାପତି  ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ମହିଳା ନେତ୍ରୀ ପ୍ରତିମା ମଲ୍ଲିକ, ଯୁବ ସଭାପତି ସଫି ଆଜମ ସମେତ ଶତାଧିକ ନେତା ଓ କର୍ମୀମାନେ ଯୋଗ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.