ନୂଆଦିଲ୍ଲୀ,୨।୧୨: ହରିଦ୍ବାରର ରୁରକୀରେ ଜଣେ ମୁସଲମାନ ଯୁବକଙ୍କ କାର୍ଯ୍ୟକଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। କୁହାଯାଉଛି ଯେ, ରବିବାର ମଧ୍ୟାହ୍ନ ସମୟରେ ରୁଡନୀ ଥାନା ଅନ୍ତର୍ଗତ ଜୋରାସି ଗାଁରେ ଏକ ମନ୍ଦିରରେ ଶିବଲିଙ୍ଗରେ ରକ୍ତ ଛିଟା ପାଇବା ପରେ ପୁରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଅଭିଯୋଗ ରହିଛି ଯେ, ମଧ୍ୟାହ୍ନ ପ୍ରାୟ ୩ଟା ୩୦ ମିନିଟ୍ରେ ଅଭିଯୁକ୍ତ ଇଲିୟାସ୍ କ୍ୟୁରେସୀ ମହାଦେବ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗରେ ରକ୍ତ ଲଗାଇ ଦେଇଥିଲେ। ଏହାପରେ ପୁରା ଅଞ୍ଚଳରେ ଏହି ଖବର ବ୍ୟାପି ଯାଇଥିଲା। ଅଭିଯୁକ୍ତ ଇଲିୟାସ୍ ଶିବଲିଙ୍ଗକୁ ଅପବ୍ରିତ କରିଦେଇଛି। ହିନ୍ଦୁ ସମ୍ପ୍ରଦାୟର ଲୋକ ଆକ୍ରୋଶିତ ହୋଇଯାଇଥିଲେ। ଏପରିକି ପୁରା ଅଞ୍ଚଳରେ ଫୋର୍ସ ମଧ୍ୟ ମୁତୟନ କରି ଦିଆଯାଇଛି।
ଅଭିଯୁକ୍ତ ଜୋରାସି ଗାଁର ବାସିନ୍ଦା, ବୟସ ୪୦ ବର୍ଷ। ରୁଡକୀ ଥାନାରେ ଅଭିଯୋଗ ଦାଖଲ ହେବାପରେ ପୋଲିସ ଇଲିୟାସକୁ ଗିରଫ କରିଛ। ଇଲିୟାସ ଉପରେ ବିଏନ୍ଏସ୍ର ଧାରା ୨୯୮(ଧର୍ମକୁ ଅପମାନ କରିବାର ଉଦେଶ୍ୟରେ ପୂଜା ସ୍ଥଳକୁ ଅପବିତ୍ର) କରିବାର ଧାରାରେ ମାମଲା ରୁଜୁ କରାଯାଇଛି।
ଜୋରାସି ଗାଁର ନିବାସୀ ଓ ଗ୍ରାମ ସଭାର ସଦସ୍ୟ ଅଭିଯୋଗକାରୀ ଅଙ୍କିତ ସୈନିଙ୍କୁ କହିଛନ୍ତି, ୧ ଡିସେମ୍ବର ମଧ୍ୟାହ୍ନ ୩ଟା ୩୦ ମିନିଟ୍ ଆଖପାଖରେ ଇଲିୟାସ୍ କ୍ୟୁରେସୀ ଜାଣିଶୁଣି ମହାଦେବ ମନ୍ଦିରରେ ସ୍ଥାପିତ ଶିବଲିଙ୍ଗରେ ରକ୍ତ ଲଗାଇଥିଲା। ଅଭିଯୁକ୍ତ ଶିବଲିଙ୍ଗକୁ ଅପବିତ୍ର କରିଛି, ଯାହାଫଳରେ ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ଭାବନା ଆହତ ହୋଇଛି। ଅଭିଯୁକ୍ତ ଗାଁର ପରିବେଶକୁ ଖରାପ କରିବାର ଚେଷ୍ଟା କରିଛି। ଅଭିଯୁକ୍ତକୁ ଶିବଲିଙ୍ଗ ଉପରେ ରକ୍ତ ଲଗାଇବା ସମୟରେ ଗାଁର ଆଶିଷ ସୈନୀ, ସୁମିତ, ବିଶାଲ ଓ ଦୌଲତ ଧରି ନେଇଥିଲେ। ଅଭିଯୋଗକାରୀ ଅଙ୍କିତ କହିଛନ୍ତି, ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଛି। ଏଭଳି ସ୍ଥିତିରେ ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।