ପ୍ରମୂଖ ଖବର
  • ଆସିଲା ଦିଲ୍ଲୀ ଏକଜିଟ୍‌ ପୋଲ୍‌: ଆପ୍‌କୁ ମାତ ଦେଇ ୨୭ ବର୍ଷ ପରେ ଶାସନକୁ ଫେରିପାରେ ବିଜେପି
  • ||
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଭରତପୁର ଥାନା ପୋଲିସ-ମେଜର ବିବାଦ ମାମଲା, କମିଶନଙ୍କ ତଦନ୍ତ ଶେଷ

Published By : Prameya | February 5, 2025 6:36 PM

ଭୁବନେଶ୍ବର,୫।୨ : ଭରତପୁର ଥାନା ପୋଲିସ ଓ  ମେଜରଙ୍କ  ବାନ୍ଧବୀ  ମଧ୍ୟରେ ହୋଇଥିବା ବିବାଦ ମାମଲାର କମିଶନଙ୍କ ତଦନ୍ତ ଶେଷ ହୋଇଛି। ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ ହୋଇଛି। ଫେବୃଆରୀ ୨୮ ସୁଦ୍ଧା  ସରକାରଙ୍କୁ କମିଶନ ରିପୋର୍ଟ ଦେବେ । କମିଶନଙ୍କ ଅବଧି ଜାନୁଆରୀ ୩୧ ଯାଏ ଧାର୍ଯ୍ୟ ହୋଇ ଥିଲା।  ବୁଧବାର ମେଜରଙ୍କ ବାନ୍ଧବୀ, ପୋଲିସ ଏବଂ ସାକ୍ଷୀ ଥିବା ମୋଟ ୩୫ ଜଣଙ୍କୁ ଜେରା କରିବାର ଥିଲା। ମେଜର ବାନ୍ଧବୀଙ୍କ ଓକିଲ ଆସନ୍ତା ୧୫ ଯାଏଁ ସମୟ ମାଗିଥିଲେ। ଆଉ ସମୟ ନଥିବାରୁ ତଦନ୍ତକୁ ଶେଷ କରିଛନ୍ତି କମିଶନ।  

ସୂଚନଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ  ତାଙ୍କ  ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ। କିନ୍ତୁ  ପୋଲିସ ଦୁର୍ବ୍ୟବହାର କରିଥିବା ମେଜର ଓ  ତାଙ୍କ ବାନ୍ଧବୀ ଅଭିଯୋଗ ହୋଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାରେ ତତ୍କାଳୀନ ଭରତପୁର ଥାନା ଆଇଆଇସି ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଏପରିକି କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ଭାର ଦିଆଯାଇଥିଲା।  ପରବର୍ତ୍ତି  ସମୟରେ   ରାଜ୍ୟ ସରକାର ବିଚାରବିଭାଗୀୟ ତଦନ୍ତ ଲାଗି ପୂର୍ବତ୍ତନ ନ୍ୟାୟଧିଶ ଜଷ୍ଟସ ଚିତ୍ତରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କରିଥିଲେ। ତଦନ୍ତ କମିଶନ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.