ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

NRC ନମ୍ବର ନ ଦେଲେ ମିଳିବନି ଆଧାର କାର୍ଡ, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୯।୯: ଆଧାରକାର୍ଡ ତିଆରି କରିବାରେ ଆହୁରି କଠୋର ହେଲେ ରାଜ୍ୟ ସରକାର । ଏନେଇ ସରକାରଙ୍କ ବଡ଼ ଘୋଷଣା । ଏନ୍‌ଆରସି ନମ୍ବର ନ ଦେଲେ ମିଳିବନି ଆଧାର କାର୍ଡ । ବର୍ତ୍ତମାନ ଆଧାରକାର୍ଡ ତିଆରି କରିବାକୁ ଆବେଦନକାରୀଙ୍କୁ ଏନ୍ଆରସି ଆବେଦନ ରସିଦ ନମ୍ବର ଦାଖଲ କରିବାକୁ ପଡ଼ିବ । ଯାହା ସମ୍ପୂର୍ଣ୍ଣ ବାଧ୍ୟତାମୂଳକ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମରେ ଲାଗୁ ହୋଇଛି ଏଭଳି ନିୟମ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥିପାଇଁ ଏକ ବିସ୍ତୃତ ମାନକ ଅପରେଟିଂ ପଦ୍ଧତି (ଏସ୍ଓପି) ପ୍ରସ୍ତୁତ ହେବ ଏବଂ ଏହା ୧ ଅକ୍ଟୋବର ୨୦୨୪ରୁ କାର୍ଯ୍ୟକାରୀ ହେବ । 

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଆଧାର କାର୍ଡ ପାଇଁ ଆବେଦନ ସଂଖ୍ୟା ଜନସଂଖ୍ୟାଠୁ ଅଧିକ । ଏହା ଦର୍ଶାଉଛି ଯେ ସନ୍ଦିଗ୍ଧ ନାଗରିକ ଅଛନ୍ତି । ଏଥିପାଇଁ ନୂଆ ଆବେଦନକାରୀଙ୍କୁ ନିଜ ଏନଆରସି ଆବେଦନ ରସିଦ୍ ସଂଖ୍ୟା ଜମା କରିବାକୁ ପଡ଼ିବ ବୋଲି ଆମେ ନିଷ୍ପତ୍ତି ନେଇଛୁ । ରାଜ୍ୟର ଏପରି ଚାରୋଟି ଜିଲ୍ଲା ଅଛି, ଯେଉଁଠାରୁ ଆନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଆବେଦନ ଆସିଛି । ଏହି ୪ ଜିଲ୍ଲାରେ ବାରପେଟାରେ ୧୦୩.୭୪ ପ୍ରତିଶତ, ଧୁବ୍ରିରେ ୧୦୩ ପ୍ରତିଶତ, ଉଭୟ ମୋରିଗାଓଁ ଏବଂ ନାଗାଓଁରେ ୧୦୧ ପ୍ରତିଶତ ଆବେଦନ ରହିଛି । ସେଥିପାଇଁ ଯେଉଁମାନଙ୍କର ଏନ୍ଆରସି ନମ୍ବର ଅଛି, ସେମାନଙ୍କୁ ଆଧାରକାର୍ଡ ଦିଆଯିବ, ଯାହା ଦ୍ୱାରା ଅନୁପ୍ରବେଶକାରୀମାନେ ନାଗରିକତ୍ୱ ପାଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.