ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବଦଳିଲା ୬୦ ବର୍ଷର ପୁରୁଣା ନିୟମ; ସୁପ୍ରିମକୋର୍ଟରେ ଓବିସିଙ୍କୁ ମିଳିବ ସଂରକ୍ଷଣ

Published By : Anindita Ratha | July 6, 2025 11:28 AM

ନୂଆଦିଲ୍ଲୀ,୦୫/୦୭: ୬୦ ବର୍ଷର ନିୟମ ବଦଳାଇଲେ ସିଜେଆଇ । ସୁପ୍ରିମକୋର୍ଟରେ ପ୍ରଥମ ଥର ଅନ୍ୟ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ କର୍ମଚାରୀଙ୍କ ନିଯୁକ୍ତିରେ ସଂରକ୍ଷଣ ଘୋଷଣା କରାଯାଇଛି । ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବର୍ତ୍ତମାନର ମୁଖ୍ୟ ବିଚାରପତି ବିଆର ଗଭାଇଙ୍କ ନେତୃତ୍ୱରେ ଏହି ଐତିହାସିକ ପଦକ୍ଷେପ ନିଆଯାଇଛି। 

ତେବେ ଜୁଲାଇ ୩ରେ ଜାରି ହୋଇଥିବା ଏକ ଗେଜେଟ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଧାରା ୧୪୬ (୨) ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ୧୯୬୧ର ସୁପ୍ରିମକୋର୍ଟ ସେବା  ଓ ଆଚରଣ ସର୍ତ୍ତାବଳୀ ନିୟମ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ  (୪ଏ) ଅନୁଯାୟୀ,"ପ୍ରତ୍ୟକ୍ଷ ନିଯୁକ୍ତିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି , ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସି, ଦିବ୍ୟାଙ୍ଗ, ପୂର୍ବତନ ସୈନିକ ଏବଂ ସ୍ୱାଧୀନତା ସଂଗ୍ରାମୀ ଆଶ୍ରିତଙ୍କ ପାଇଁ ସଂରକ୍ଷଣ କେନ୍ଦ୍ର ସରକାରଙ୍କ ଦ୍ୱାରା ସମୟ ସମୟରେ ଜାରି ହୋଇଥିବା ବିଜ୍ଞପ୍ତି ଏବଂ ନିର୍ଦ୍ଦେଶ ଅନୁଯାୟୀ ପ୍ରଯୁଜ୍ୟ ହେବ।"

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କର୍ମଚାରୀ ନିଯୁକ୍ତିରେ କେବଳ ଏସ୍‌ସି/ଏସ୍‌ଟି ପାଇଁ ସଂରକ୍ଷଣ ଥିଲା। କିନ୍ତୁ ଓବିସି ପାଇଁ କୌଣସି ସ୍ପଷ୍ଟ ବ୍ୟବସ୍ଥା ନଥିଲା। ଏହା ପ୍ରଥମ ଥର ଓବିସି ବର୍ଗର ଚାକିରି ଆଶାୟୀମାନଙ୍କୁ କୋର୍ଟ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ମିଳିବ । ନୂତନ ସଂରକ୍ଷଣ ବ୍ୟବସ୍ଥା ପଦବୀ ଭିତ୍ତିକ ହେବ, ଖାଲି ପଦବୀ ଆଧାରିତ ନୁହେଁ। ଏହି ବ୍ୟବସ୍ଥା ୧୯୯୫ ମସିହାରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଆର.କେ. ସବରୱାଲ ବନାମ ପଞ୍ଜାବ ରାଜ୍ୟ ନିଷ୍ପତ୍ତି ଉପରେ ଆଧାରିତ। ନିଷ୍ପତ୍ତିରେ କୁହାଯାଇଛି ଯେ, ବାର୍ଷିକ ଖାଲି ପଦବୀ ଆଧାରରେ ନୁହେଁ ବରଂ ପଦବୀ ଅନୁସାରେ ସଂରକ୍ଷଣ ନିଷ୍ପତ୍ତି ନିଆଯିବା ଉଚିତ। ସିଧାସଳଖ ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ପୃଥକ ପୃଥକ ରୋଷ୍ଟର ରହିବା ଉଚିତ। ସଂରକ୍ଷିତ ବର୍ଗକୁ ଏକ ପଦବୀ ଆବଣ୍ଟିତ ହେବା ପରେ,ବ୍ୟକ୍ତି ଅବସର ଗ୍ରହଣ କଲେ ମଧ୍ୟ ତାହା ସ୍ଥାୟୀ ଭାବରେ ସମାନ ବର୍ଗରେ ରହିବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.