ଦିଗପହଣ୍ଡି, ୮/୭ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ଅନ୍ତର୍ଗତ ଏସ୍.ମର୍ଦ୍ଦରାଜପୁର ଗ୍ରାମରେ ହଇଜା ଆତଙ୍କ। ୧୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ପାତ୍ରପୁର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି। ମଙ୍ଗଳବାର ସକାଳେ ପାତ୍ରପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ମେଡିକାଲ୍ ଟିମ୍ ଏସ୍.ମର୍ଦ୍ଦରାଜପୁର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସେହିପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଉସ୍ତପଲ୍ଲୀରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣ ବାହାରେ। ସୋମବାର ଉସ୍ତପଲ୍ଲୀ ଗାଁରେ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି । ଖାଦ୍ୟ ବିଷାକ୍ତ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ରାପିଡ ଆକ୍ସନ ଟିମ୍ର ଡାକ୍ତର ସୁରଜିତ ଗରାବଡୁ, ଜାତୀୟ ଭାଇରାଲ୍ ହେପାଟାଇଟିସ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରାମର୍ଶଦାତା ଡାକ୍ତର କଲ୍ଲୋଳ ଦାସଙ୍କୁ ଉସ୍ତପଲ୍ଲୀ ଗ୍ରାମକୁ ପଠାଯାଇଛି ।