ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ମାଡ଼ିଗଲାଣି ହଇଜା, ଦୁଇ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

Published By : Rasmita Pradhan | June 18, 2025 12:03 PM

ଯାଜପୁର ଅଫିସ୍‌,୧୮/୬ : ହଇଜାରେ ଘାଣ୍ଟି ହେଉଛି ଯାଜପୁର। ଜିଲ୍ଲାରେ ମାଡ଼ିଗଲାଣି ଝାଡ଼ାବାନ୍ତି। ପ୍ରତି ବ୍ଲକରେ ଶତାଧିକ ରୋଗୀ। ହଇଜା ଚିହ୍ନଟ ପରେ ଆହୁରି ବିଗିଡ଼ି ଯାଇଛି ସ୍ଥିତି। ଆଜି ଆଉ ୨ ଜଣଙ୍କ ମୁଣ୍ଡ ନେଇଛି ହଇଜା। ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ଏବେବି ୨୧୦ ଜଣ ଆକ୍ରାନ୍ତ ଜିଲ୍ଲାରେ ଚିକିତ୍ସିତ ଅଛନ୍ତି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଯାଜପୁର ବ୍ୟାସନଗର ସ୍ଥିତ ଯାଜପୁର ରୋଡ ଅର୍ବାନ ସିଏଚସିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। 

ସ୍ୱାସ୍ଥ୍ୟମନ୍ତ୍ରୀ, କେନ୍ଦ୍ରୀୟ ଟିମ୍‌, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘନଘନ ଯାଜପୁର ଗସ୍ତରେ ଆସୁଛନ୍ତି। ପରିବାରରେ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ବେଳକୁ ଅନ୍ୟମାନେ ଅସୁସ୍ଥ ହୋଇପଡ଼ୁଛନ୍ତି । ଗାଁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । କେତେକ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ କେତେକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଉଛି । ଯାଜପୁରରେ ଏକ ଭୋଜିରୁ ଝାଡା଼ବାନ୍ତି ବ୍ୟାପିଥିବା ସ୍ୱାସ୍ଥ୍ୟ ବିଭାଗ ଅନୁମାନ କରୁଥିବା ବେଳେ କେଉଁ କାରଣରୁ ଏହା ଅଧିକ ମାତ୍ରାରେ ବ୍ୟାପି ଚାଲିଛି ତାହା ସ୍ପଷ୍ଟ ହୋଇନାହିଁ । ଲୋକମାନେ ଦୂଷିତ ପାଣି, ନଦୀ ପାଣି, ନଳକୂପ ପାଣି ନା ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ଉପୁଜିଲା ଏହାର ଉତ୍ତର କାହା ପାଖରେ ନାହିଁ । କେତେକ ଅଞ୍ଚଳରେ ଲୋକଙ୍କ କହିବା କଥା ଗରମ ଗୁଳୁଗୁଳିରେ ଆମ୍ବ ଖାଇବା ଯୋଗୁ ମଧ୍ୟ ଝାଡା଼ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲର ଖାଦ୍ୟ ଓ ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରି ପରୀକ୍ଷା କରୁଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାରଣ ଜଣାପଡ଼ି ନାହିଁ । 

କେନ୍ଦ୍ରୀୟ ଟିମ୍‌ ଯାଜପୁରର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଏହା ବ୍ୟାପିବାର କାରଣ ଖୋଜିବା ସହ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବାକୁ ଏହାରି ମଧ୍ୟରେ ୯ ଦିନ ବିତିବାକୁ ବସିଲାଣି। ମାତ୍ର କେଉଁ ଉତ୍ସରୁ ପ୍ରକୃତରେ ଝାଡ଼ାବାନ୍ତି ବ୍ୟାପିଲା ରାଜ୍ୟ ସରକାର ଏହାର ପ୍ରକୃତ କାରଣ ଖୋଜି ପାଇପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ନିରାକରଣ ପାଇଁ ଦୂଷିତ ପାଣିର ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧିରେ ଧିରେ ଏହା ଯାଜପୁର ଜିଲ୍ଲାର ପଡୋ଼ଶୀ ଜିଲ୍ଲାକୁ ବ୍ୟାପିବା ଆରମ୍ଭ କରି ସାରିଛି । ରାଜ୍ୟରେ ଏବେ ଝାଡ଼ାବାନ୍ତିର ଭୟ ଲାଗି ରହିଛି । ପ୍ରଶାସନ ପକ୍ଷରୁ ବାସି ଖାଦ୍ୟ ବିକ୍ରି ଅଭିଯୋଗରେ ବିଭିନ୍ନ ହୋଟେଲ ଓ ଉଠା ଦୋକାନୀଙ୍କ ଉପରେ ଚଢ଼ଉ କରାଯିବା ସହ ଭୋଜି ନକରିବାକୁ ବାରଣ କରାଯାଇଛି । ଯାଜପୁର ଜିଲ୍ଲାରେ ୨ ହଜାରରୁ ଅଧିକ ଆକ୍ରାନ୍ତ ହୋଇସାରିଲେଣି । ଏହାର ନିରାକରଣ ଅଭିଯାନ ଘରକୁ ଘର ସଚେତନତା ଓ ଝାଡ଼ାବାନ୍ତି ଚିହ୍ନଟ କାର୍ଯ୍ୟ ଜାରି ରହିଛି । ବିଶୋଧନ ଓ ପରିମଳ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ଆଶା, ଅଙ୍ଗନବାଡି଼ ସଚେତନ କରିବା ସହିତ ଗାଁ ଗାଁରେ ପ୍ରଚାର କରାଯାଉଛି । କେନ୍ଦ୍ରୀୟ ଟିମ୍‌ ଗ୍ରାଉଣ୍ଡରେ ସ୍ଥିତି ଉପରେ ନଜର ରଖିଛନ୍ତି । ବଡ଼ କଥା ହେଲା ମୌସୁମୀ ବର୍ଷା ହେଉଛି । ଏହି ସମୟରେ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.