ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆପଣଙ୍କ ପିଲାର ମସ୍ତିଷ୍କ ଦୁର୍ବଳ ହେଉଛି କି? ଏହି ସରଳ ଉପାୟରେ କରନ୍ତୁ ଯାଞ୍ଚ...

Published By : Harapriya Sethi | March 26, 2025 9:03 AM

ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ, ତାଙ୍କ ପିଲାର ସାର୍ପ ମାଇଣ୍ଡ ହେଉ । ତାଙ୍କ ମସ୍ତିଷ୍କ ଆଇନଷ୍ଟାଇନଙ୍କ ପରି ତୀକ୍ଷ୍ଣ ହେଉ। ସେ ପାଠପଢ଼ାରେ ଭଲ ହୁଅନ୍ତୁ ଏବଂ ଟପର୍ ହୁଅନ୍ତୁ । ସେଥିପାଇଁ ପ୍ରତ୍ୟେକ ପିତାମାତା ସର୍ବୋତ୍ତମ ଚେଷ୍ଟା କରିଥାନ୍ତି । ନିଜ ପିଲା ମାନଙ୍କୁ ଭଲ ସ୍କୁଲରେ ପାଠ ପଢାଇବା ସହ ଘରେ ମଧ୍ୟ ସଠିକ୍‌ ମାର୍ଗଦର୍ଶନ ତଥା ଖେଳ ପାଇଁ ପ୍ରଶିକ୍ଷଣ ଇତ୍ୟାଦି ଅନେକ ସୁବିଧା ଯୋଗାଇ ଦିଅନ୍ତି । କିନ୍ତୁ କେବଳ ଏସବୁ ଜିନିଷ ପିଲାର ମାଇଣ୍ଡକୁ ସାର୍ପ କରିବା ପାଇଁ ଯଥେଷ୍ଟ କି?

ଆଜିକାଲି ପିଲାମାନେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି, ଗ୍ୟାଜେଟ୍ ଅତ୍ୟଧିକ ବ୍ୟବହାର କରୁଛନ୍ତି ଏବଂ ଅତ୍ୟଧିକ ଚାପ ଯୋଗୁଁ ସେମାନେ ଡିପ୍ରେସ୍‌ ମଧ୍ୟ ହେଉଛନ୍ତି । ଯାହା କେବଳ ସେମାନଙ୍କର ସ୍ମୃତିଶକ୍ତି ହ୍ରାସ କରେ ନାହିଁ ବରଂ ସେମାନଙ୍କ ମସ୍ତିଷ୍କକୁ ମଧ୍ୟ ଦୁର୍ବଳ କରିଦିଏ । ଯଦି ଆପଣ ମଧ୍ୟ ଅନୁଭବ କରୁଛନ୍ତି ଯେ, ଆପଣଙ୍କ ପିଲାର ମସ୍ତିଷ୍କ ଦୁର୍ବଳ ହେଉଛି, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆପଣ ଏହାକୁ ଘରେ ବସି ମାତ୍ର ଦୁଇ ମିନିଟରେ ଯାଞ୍ଚ କରିପାରିବେ। 

ପିଲାର ମସ୍ତିଷ୍କ ଦୁର୍ବଳ ହେବାର କାରଣ:-

ଡିଜିଟାଲ୍ ଗ୍ୟାଜେଟ୍‌ର ଅତ୍ୟଧିକ ବ୍ୟବହାର ଅତ୍ୟନ୍ତ ଖରାପ । ଜଙ୍କ୍ ଫୁଡ୍ ଏବଂ ଫାଷ୍ଟଫୁଡ୍ ଭଳି ଖାଦ୍ୟ, ନିଦ୍ରାର ଅଭାବ, କମ୍ ଶାରୀରିକ କାର୍ଯ୍ୟକଳାପ, ଖେଳରୁ ଦୂରେଇ ରହିବା, ମାନସିକ ଚାପକୁ ବଢାଇଥାଏ ।

ସ୍ମୃତି ପରୀକ୍ଷା:-

ଆପଣଙ୍କ ପିଲାକୁ କଲମ, ଟେବୁଲ୍, ବହି, ମୋବାଇଲ୍, କାଚ ଭଳି ୫ଟି ସାଧାରଣ ଜିନିଷର ନାମ କୁହନ୍ତୁ ଏବଂ ୧ ମିନିଟ୍ ପରେ ତାକୁ ପଚାରନ୍ତୁ ଯେ ସେ କେତେଟି ନାମ ମନେ ରଖିପାରୁଛି । ଯଦି ଗୋଟିଏ ପିଲା ୪ରୁ ୫ଟି ନାମ ମନେ ରଖେ, ତେବେ ତା'ର ମାଇଣ୍ଡ ସାର୍ପ ଅଛି । ଯଦି ଆପଣଙ୍କ ପିଲା କେବଳ ୨ରୁ୩ ଟି ନାମ ମନେ ରଖୁଛି, ତେବେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ଯଦି ଗୋଟିଏ ବି ନାମ ମଧ୍ୟ ମନେ ରଖି ପାରୁନାହାଁନ୍ତି, ତେବେ ଏହା ଏକ ସତର୍କ ସଙ୍କେତ।

ଧ୍ୟାନ ପରୀକ୍ଷା:-

ପିଲାକୁ କାନ୍ଥରେ ଥିବା କୌଣସି ଜିନିଷ ଯେପରିକି ଏକ ଘଣ୍ଟାକୁ ୩୦ ସେକେଣ୍ଡ ପାଇଁ ଭଲଭାବରେ ଦେଖିବାକୁ କୁହନ୍ତୁ । ଯଦି ପିଲାଟି ବିଚଳିତ ନ ହୋଇ ଦେଖିପାରୁଛି, ତେବେ ତା'ର ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ଭଲ ଅଛି । ଯଦି ସେ ବାରମ୍ବାର ଏଣେତେଣେ ଦେଖୁଛି, ତେବେ ବୁଝିଯାଆନ୍ତୁ ଯେ ତା'ର ଧ୍ୟାନ ଅନ୍ୟତ୍ର ଯାଉଛି ।

ନିଷ୍ପତ୍ତି ନେବାର ପରୀକ୍ଷା:-

ପିଲାକୁ ଗୋଟିଏ ସେଓ କିମ୍ବା କଦଳୀ ଭଳି ଦୁଇଟି ଜିନିଷ ମଧ୍ୟରୁ ଗୋଟିଏ ବାଛିବାକୁ କୁହନ୍ତୁ । ବାଛିବା ବେଳେ ତାକୁ ପଚାରନ୍ତୁ ଯେ, ସେ ଏପରି କାହିଁକି କରିଲା । ଯଦି ସେ ତୁରନ୍ତ ଉତ୍ତର ଦେଉଛି, ତେବେ ବୁଝିଯାଆନ୍ତୁ ଯେ ତାଙ୍କର ଚିନ୍ତାଧାରା ଏବଂ ବୁଝିବା କ୍ଷମତା ଭଲ ରହିଛି । ଯଦି ସେ ବହୁତ ଚିନ୍ତା କରିବା ପରେ ଉତ୍ତର ଦେଉଛି କିମ୍ବା ଦ୍ୱନ୍ଦ୍ୱରେ ପଡ଼ିଯାଉଛି, ତେବେ ସତର୍କ ହୁଅନ୍ତୁ ।

ପ୍ରତିକ୍ରିୟା ପରୀକ୍ଷା:- 

ପିଲାଙ୍କ ସାମ୍ନାରେ ହଠାତ୍ ତାଳି ବଜାଇଦିଅ କିମ୍ବା ଏକ ସରଳ ପ୍ରଶ୍ନ ପଚାର । ଯଦି ପିଲାଟି ତୁରନ୍ତ ପ୍ରତିକ୍ରିୟା ଦିଏ, ତେବେ ତା'ର ମସ୍ତିଷ୍କ ଠିକ୍ ଭାବରେ କାମ କରୁଛି । ଯଦି ଏହା ଅତ୍ୟଧିକ ସମୟ ନେଉଛି ତେବେ ଏହା ମସ୍ତିଷ୍କ ଦୁର୍ବଳ ହେବାର ଲକ୍ଷଣ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.