ଭୁବନେଶ୍ବର, ୨୭।୪ : ନୟାଗଡ଼ ଜିଲ୍ଲା ଗୋଡ଼ିବିଡ଼ା ଗାଁରେ ପୋଖରୀରେ ବୁଡ଼ି ୩ ଶିଶୁ ଓ ନିଶ୍ଚିତକୋଇଲିର ରାମକୃଷ୍ଣପୁର ଗାଁ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।
ମୃତକଙ୍କ ପରିବାର ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।