ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ତେଲୁଗୁ ସୁପରଷ୍ଟାର ରାମ ଚରଣଙ୍କ ଫିଲ୍ମ 'ଗେମ ଚେଞ୍ଜର' ଟିଜର ଆଉଟ, ଏହି ଦିନ ହେବ ପିଲ୍ମ ରିଲିଜ

Published By : Anindita Ratha | November 10, 2024 2:59 PM

ନୂଆଦିଲ୍ଲୀ,୧୦/୧୧: ବହୁ ପ୍ରତୀକ୍ଷିତ ଫିଲ୍ମ 'ଗେମ ଚେଞ୍ଜର' ସହ ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି ତେଲୁଗୁ ସୁପରଷ୍ଟାର ରାମ ଚରଣ  । 'ଗେମ ଚେଞ୍ଜର' ଫିଲ୍ମ ୨୦୨୫ ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୦ରେ ରିଲିଜ ହେବ । ଏନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଛି । ଫିଲ୍ମର ଟିଜରରେ ରାମ ଚରଣଙ୍କ ଦମଦାର ଝଲକ ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ. ଶଙ୍କର । ଫିଲ୍ମରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ରାମ ଚରଣଙ୍କ ବିପକ୍ଷରେ ନଜର ଆସିବେ ।  ଏହି ଫିଲ୍ମରେ ରାମ ଚରଣ ଏବଂ କିଆରା ଆଡଭାନୀ ଦ୍ୱିତୀୟ ଥର ପାଇଁ ଏକାଠି ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଏହି ଯୋଡି 'ବିନୟ ବିଦେୟା ରାମା' ଫିଲ୍ମରେ ନଜର ଆସିଥିଲେ । ଯେଉଁଥିରେ ବଲିଉଡ ଅଭିନେତା ବିବେକ ଓବରଏଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ଏହି ଯୋଡ଼ି ଏହି ଫିଲ୍ମରେ ବେଶ ଲୋକପ୍ରିୟତା ସାଉଁଟିଥିବା ଥିବା ବେଳେ ପୁଣି ଥରେ ପରଦାରେ ଧମାକା କରିବାକୁ ପ୍ରସ୍ତୁତ।

ଶ୍ରୀଭେଙ୍କଟେଶ୍ୱର କ୍ରିଏସନ୍ ଦ୍ୱାରା ନିର୍ମିତ କରିଥିବାବେଳେ ଏଥିରେ କିଆରା ଏବଂ ରାମ ଚରଣ ବ୍ୟତୀତ ଅଞ୍ଜଲି, ଏସ.ଜେ ସୂର୍ଯ୍ୟ, ଶ୍ରୀକାନ୍ତ, ଜୟରାମ, ସୁନୀଲ, ସାମୁଥିରକାନି ଏବଂ ନାସରଙ୍କୁ ପ୍ରମୁଖ କଳାକାର ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ରାମ ଚରଣ ୩ଟି ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ନିକଟରେ ଫିଲ୍ମରୁ ଉଭୟ ତାରକାଙ୍କ ପ୍ରଥମ ଲୁକ ଏବଂ ଗୀତ ରିଲିଜ ହୋଇଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି । ଏହି ଫିଲ୍ମ ମଧ୍ୟ ଆରଆରଆର ଭଳି ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.