ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ସମୟ ଅବଧି ବୃଦ୍ଧି, ଆଉ ୩ ଦିନ ବଢାଇଲେ କେନ୍ଦ୍ର ସରକାର

Published By : Prameya | December 30, 2024 3:03 PM

ଭୁବନେଶ୍ୱର, ୩୦/୧୨ : ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଅନ୍ୟ ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି। 

ଉଭୟ ବୀମା କରିନଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସହାୟତା ଦିଆଯିବ। ବୀମା କରିଥିବା ଚାଷୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଡିସେମ୍ବର ୨୯ ଥିଲା ଶେଷ ତାରିଖ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରାଳୟକୁ ଏହି  ଅବଧି ବଢାଇବାକୁ ଅନୁରୋଧ କରାଯାଇଥିଲା। ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ଆଉ ତିନି ଦିନ ପାଇଁ ବୃଦ୍ଧି କରିଛନ୍ତି। ତେଣୁ, ଚାଷୀମାନେ ବର୍ତ୍ତମାନ ୨୦୨୫ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇପାରିବେ। 

ଓଡିଶାର ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ସହାନୁଭୂତିଶୀଳ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଧନ୍ୟବାଦ ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.