ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଫ୍ରେଞ୍ଚ୍‌ ଓପନ: ଫାଇନାଲ୍‌ରେ ବିଶ୍ୱର ୧ନଂ ସିନରଙ୍କୁ ହରାଇ ଅଲକାରାଜ ଚାମ୍ପିଅନ୍, ଜିତିଲେ କ୍ୟାରିୟର୍‌ର ପଞ୍ଚମ ଗ୍ରାଣ୍ଡ୍‌ସ୍ଲାମ

Published By : Prameya | June 9, 2025 7:56 AM

ପ୍ୟାରିସ, ୦୯/୦୮: ବିଶ୍ୱର ଏକ ନମ୍ବର ଖେଳାଳି ଜାନିକ ସିନରଙ୍କୁ ୪-୬, ୬-୭ (୪-୭), ୬-୪, ୭-୬ (୭-୪), ୭-୬  (୧୦-୨) ସେଟ୍‌ରେ ପରାଜିତ କରି ଦୁଇ ନମ୍ବର ଖେଳାଳି କାର୍ଲୋସ  ଅଲକାରାଜ ଫ୍ରେଞ୍ଚ୍‌ ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି ।  

ସିନର ଏବଂ ଅଲକାରାଜ ଦୁଇ ଯୁବ ଖେଳାଳି । ଜଣେ ବିଶ୍ୱର  ୧ ନମ୍ବର, ଆଉ ଜଣେ ୨ ନମ୍ବର । ଭରପୂର ଉତ୍ସାହ, ଅଦମ୍ୟ  ସାହସ ଏବଂ ଶରୀରରେ ଅପାର ଶକ୍ତି । ରୋଲାଣ୍ଡ-ଗାରୋସରେ ଚାଲିଥିଲା ସିଙ୍ଗଲ୍ସ ଫାଇନାଲ ଲଢ଼େଇ ।  କିଏ କାହାଠୁ ଊଣା ନଥିଲେ, କେହି ବି ହାର ମାନିବାକୁ  ପ୍ରସ୍ତୁତ ନଥିଲେ । ଦର୍ଶକ ବି ଉତ୍ସାହିତ ଥିଲେ । ଦୀର୍ଘ ୫  ଘଣ୍ଟା ୨୯ ମିନିଟ ଧରି ଚାଲିଥିଲା ଲଢ଼େଇ,  କ୍ଳାନ୍ତ ଜଣା ପଡ଼ୁନଥିଲେ ଦୁହେଁ । ପ୍ରତ୍ୟେକ  ସେଟ୍‌ ପରେ ଦୁଇ ଖେଳାଳି ଏକ ନୂଆ  ଫୂର୍ତ୍ତି ନେଇ ଖେଳ ଜାରି ରଖିଥିଲେ ।  ବୟସ ଅଧିକ ନୁହଁ, କିନ୍ତୁ ଦୁହିଁଙ୍କ  ଖେଳରେ ଭରି ରହିଥିଲା ସ୍ୱସୃଜନର  କଳାତ୍ମକ ଦିଗ । ଯାହା ଦର୍ଶକଙ୍କୁ  ମନୋରଞ୍ଜନର ଖୋରାକ  ଯୋଗାଇ ଥିଲା । କିନ୍ତୁ ଦ୍ୱିତୀୟ  ସେଟ୍‌ ପରେ ଅଲକାରାଜ  ଯେଉଁ ଭଳି ପ୍ରତ୍ୟାବର୍ତ୍ତନ କଲେ  ତାହା ଥିଲା ଅବିଶ୍ୱସନୀୟ, ଅଦ୍ଭୁତ  ଓ ଅକଳ୍ପନୀୟ । 

୨୩ ବର୍ଷୀୟ ଇଟାଲୀ ତାରକା ସିନର ପ୍ରଥମ ସେଟ୍‌କୁ ୬-୪ରେ ଜିତିବା ପରେ ଦ୍ୱିତୀୟ ସେଟ୍‌ ହୋଇଥିଲା ତୀବ୍ର  ସଂଘର୍ଷପୂର୍ଣ୍ଣ । ଶେଷରେ ଟାଇବ୍ରେକରରେ  ସିନର ୭ (୭)-୬ (୪) ଏହି ସେଟ୍‌କୁ ଜିତି  ଅଗ୍ରଣୀ ଲାଭ କରିଥିଲେ । କିନ୍ତୁ ତୃତୀୟ ସେଟ୍‌ରେ ଅଲକାରାଜ  ପ୍ରତ୍ୟାବର୍ତ୍ତନ କରି ୬-୪ରେ ଜିତିଲେ । ଚତୁର୍ଥ ସେଟ୍‌ରେ ମ୍ୟାଚର  ଫଳାଫଳ ନିର୍ଣ୍ଣୟ ହୋଇଯିବ ବୋଲି ମନେ ହେଉଥିଲା । ମାତ୍ର ଦୁଇ  ଖେଳାଳି ଜବରଦସ୍ତ ଲଢ଼େଇ କଲେ । ଏହି ସେଟ୍‌ରେ ବି ଶେଷରେ  ଟାଇବ୍ରେକରରେ ନିର୍ଣ୍ଣୟ ହେଲା । ଅଲକାରାଜ ୭(୭)-୬(୩)ରେ  ଜିତିବା ପରେ ଖେଳ ପଞ୍ଚମ ସେଟ୍‌କୁ ଯାଇଥିଲା । ଅନ୍ତିମ ସେଟ୍‌ ଅଧିକ ରୋମାଞ୍ଚକର ଥିଲା । କେତେବେଳେ  ଅଲକାରାଜ ତ ପୁଣି କେତେବେଳେ ସିନର ଆଗଉ ଥିଲେ । ପୁଣି ଏ  ସେଟ୍‌ ଟାଇବ୍ରେକରକୁ ଯାଇଥିଲା । ଟାଇବ୍ରେକର ମଧ୍ୟ ରୋମାଞ୍ଚକର  ହୋଇଥିଲା । ସିନରଙ୍କୁ ବିଶେଷ ସୁଯୋଗ ନଦେଇ ଅଲକାରାଜ  ୬-୬ (୧୦-୨)ରେ ବିଜୟୀ ହୋଇ କ୍ୟାରିୟରରେ କ୍ରମାନ୍ୱୟରେ  ଦ୍ୱିତୀୟ ଫ୍ରେଞ୍ଚ୍‌ ଓପନ ଟାଇଟଲ ଏବଂ ପଞ୍ଚମ ଗ୍ରାଣ୍ଡ୍‌ସ୍ଲାମ  ଟାଇଟଲ ଜିତିବାର  ଗୌରବ ଲାଭ କରିଥିଲେ ।  

ଶେଷ ୩ ସେଟ୍‌କୁ ଅଲକାରାଜ  କବ୍‌ଜା କରି ମ୍ୟାଚ୍‌ ଜିତିଥିଲେ  ବି ଶେଷ ଦୁଇ ସେଟ୍‌ ତୀବ୍ର  ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା । ଫ୍ରେଞ୍ଚ୍‌  ଓପନ ଇତିହାସରେ ଏକ ଶ୍ରେଷ୍ଠ ମ୍ୟାଚ  ଦେଖିବାକୁ ମିଳିଥିଲା ଅଲକାରାଜ ପୂର୍ବରୁ ୨୦୨୪ରେ ଫ୍ରେଞ୍ଚ  ଓପନ ଓ ୱିମ୍ବଲଡନ, ୨୦୨୩ରେ ୱିମ୍ବଲଡନ  ଓ ୨୦୨୨ରେ ୟୁଏସ୍‌ ଓପନ ଜିତିଥିଲେ ।  ରୋଲାଣ୍ଡ-ଗାରୋସରେ ଆଜିର ଫାଇନାଲ  ଥିଲା ସବୁଠୁ ଦୀର୍ଘତମ, ଯାହା ୫ ଘଣ୍ଟା ୨୯  ମିନିଟ୍‌ ଚାଲିଥିଲା । ସିନର ଗତ ବର୍ଷ ୟୁଏସ୍‌  ଓପନ, ଅଷ୍ଟ୍ରେଲିଆ ଓପନ ଜିତିଥିଲେ।  ଚଳିତ ବର୍ଷ ମଧ୍ୟ ଅଷ୍ଟ୍ରେଲିଆ ଓପନ  ଟାଇଟଲ ସହ ଯାତ୍ରା ଆରମ୍ଭ କରିଥିଲେ ।  କିନ୍ତୁ ଫ୍ରେଞ୍ଚ ଓପନରେ ତାଙ୍କ ଯାତ୍ରାରେ  ବ୍ରେକ ଲଗାଇଛନ୍ତି ଅଲକାରାଜ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.