ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଫ୍ରେଞ୍ଚ୍‌ ଓପନର ପୁରୁଷ ବର୍ଗ ଫାଇନାଲ୍‌ ଫାଇଟ, ସନ୍ଧ୍ୟାରେ ଜାନିକ ସିନର- କାର୍ଲୋସ ଅଲ୍‌କାରାଜ ମଧ୍ୟରେ ଲଢ଼େଇ

Published By : Prameya | June 8, 2025 8:27 AM

ପ୍ୟାରିସ୍‌,୦୮/୦୬: ଫ୍ରେଞ୍ଚ୍‌ ଓପନର ପୁରୁଷ ବର୍ଗ  ଫାଇନାଲ୍‌ ଫାଇଟ୍। ଆଜି ଏଟିପି ମାନ୍ୟତା ତାଲିକାରେ ଶୀର୍ଷ ମାନ୍ୟତାପ୍ରାପ୍ତ ୨ ଖେଳାଳି ଇଟାଲୀର ଜାନିକ  ସିନର ଓ ସ୍ପେନର କାର୍ଲୋସ ଅଲ୍‌କାରାଜ ସାମ୍ନାସାମ୍ନି  ହେବେ । ଏହି ମ୍ୟାଚ୍‌କୁ ନେଇ ଟେନିସ୍‌ପ୍ରେମୀଙ୍କ ଉତ୍କଣ୍ଠା  ବଢ଼ି ଚାଲିଛି । ପ୍ରଥମ ଥର ଉଭୟ କୌଣସି ଗ୍ରାଣ୍ଡସ୍ଲାମ୍‌  ଫାଇନାଲ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।  ଅଲ୍‌କାରାଜ ଟାଇଟଲ୍‌ ବଜାୟ ରଖିବା ଲକ୍ଷ୍ୟରେ  ଥିବାବେଳେ ସିନର ପ୍ରଥମ ଥର ଟ୍ରଫି ଉଠାଇବାକୁ  ପ୍ରସ୍ତୁତ । ଫଳରେ ଉଭୟଙ୍କ ମଧ୍ୟରେ କଡ଼ା  ସଂଘର୍ଷ ଦେଖିବାକୁ ମିଳିବ । 

ସେମି ଫାଇନାଲ୍‌ରେ ଟପ୍‌ ସିଡ୍‌ ସିନର  ସିଧାସଳଖ ୬-୪, ୭-୫, ୭-୬ (୭-୩)ରେ  ୨୪ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌ ସର୍ବିୟାର ନୋକାଭ ଜୋକୋଭିକ୍‌ଙ୍କୁ ହରାଇଥିଲେ । ଅନ୍ୟ ଏକ ସେମିରେ  ଅଲ୍‌କାରାଜ ୪-୬, ୭-୬ (୭-୩), ୬-୦,  ୨-୦ରେ ଆଗୁଆ ଥିବାବେଳେ ଇଟାଲୀର ଲରେଞ୍ଜୋ  ମୁସେଟ୍ଟି ଆହତ ହୋଇ ଓହରି ଯାଇଥିଲେ । 

ସିନର ଓ ଅଲ୍‌କାରାଜ ପୂର୍ବରୁ ୧୧ଥର ପରସ୍ପରକୁ  ଭେଟିଛନ୍ତି । ଅଲ୍‌କାରାଜ ୭-୪ରେ ଆଗୁଆ ରହିଛନ୍ତି ।  ୩ ସପ୍ତାହ ତଳେ ଉଭୟ ଇଟାଲିଆନ୍‌ ଓପନ  ଫାଇନାଲ୍‌ରେ ସାମ୍ନାସାମ୍ନି ହୋଇଥିଲେ ଏବଂ ଅଲ୍‌କାରାଜ  ସିଧାସଳଖ ୭-୬ (୭-୫), ୬-୧ ସେଟ୍‌ରେ  ବିଜୟ ହାସଲ କରିଥିଲେ । ସିନରଙ୍କ ବିପକ୍ଷ ଶେଷ  ୪ଟି ମ୍ୟାଚ୍‌ରେ ମଧ୍ୟ ସ୍ପେନ ତାରକା ଅପରାଜେୟ  ରହିଛନ୍ତି । ଗତ ବର୍ଷ ଫ୍ରେଞ୍ଚ୍‌ ଓପନରେ ଉଭୟ ସେମି  ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ । ଅଲକାରାଜ  ଦୀର୍ଘ ୪ଘଣ୍ଟାର ଲଢ଼େଇରେ ସିନରଙ୍କୁ ପରାଜିତ  କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ହେବା  ସହ କ୍ୟାରିୟରରେ ଚତୁର୍ଥ ଗ୍ରାଣ୍ଡସ୍ଲାମ୍‌ ଜିତିଥିଲେ ।  ରବିବାର ମଧ୍ୟ ସେ ବିଜୟ ଦାବିଦାର ରହିଛନ୍ତି । 

ଅନ୍ୟ ପଟରେ ସିନର କ୍ରମାନ୍ୱୟରେ ତୃତୀୟ  ଗ୍ରାଣ୍ଡସ୍ଲାମ୍‌ ଲକ୍ଷ୍ୟରେ ରହିଛନ୍ତି । ସେ ଗତ ବର୍ଷ  ୟୁଏସ୍‌ ଓପନ ଜିତିଥିବାବେଳେ ଚଳିତ ବର୍ଷର ପ୍ରଥମ  ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନରେ ମଧ୍ୟ ଟାଇଟଲ୍‌  ବଜାୟ ରଖିଥିଲେ । ୨୦୨୪ ସିଜନ ଆରମ୍ଭରୁ  ଏପର୍ଯ୍ୟନ୍ତ ସିନର ୯୮ଟି ମ୍ୟାଚ୍‌ ଖେଳି ୯୧ଟି  ଜିତିଛନ୍ତି ଏବଂ ୭ଟିରେ ହାରିଛନ୍ତି । ଅଲ୍‌କାରାଜ  ଓ ସିନରଙ୍କ ମଧ୍ୟରେ ଖେଳାଯାଇଥିବା ଶେଷ  ୨ଟି ଗ୍ରାଣ୍ଡସ୍ଲାମ୍‌ ମ୍ୟାଚ୍‌ ୫ଟି ସେଟ୍‌ରେ ଫଇସଲା  ହୋଇଥିଲା । ଆସନ୍ତାକାଲି ମଧ୍ୟ ଉଭୟଙ୍କ ମଧ୍ୟରେ  ଏକ ବଡ଼ ଲଢ଼େଇ ଦେଖିବାକୁ ମିଳିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.