ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ

Published By : Ankita S | June 8, 2025 3:01 PM

ଲକ୍ଷ୍ନୌ,୦୮/୦୬: ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ରିଙ୍କୁ ସିଂ । ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁ ସିଂଙ୍କ ନିର୍ବନ୍ଧ ସରିଛି । ଲକ୍ଷ୍ନୌର ଏକ ପଞ୍ଚତାରକା ହୋଟେଲରେ ରିଙ୍ଗ୍ ସେରିମନି ଅନୁଷ୍ଠିତ ହୋଇଛି । ନିର୍ବନ୍ଧ ବେଳର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ରିଙ୍କୁ ପ୍ରିୟାଙ୍କୁ ମୁଦି ପିନ୍ଧାଇବା ବେଳେ ସେ ଭାବୁକ ହୋଇ ପଡିଥିଲେ । ଲୁହକୁ ଅଟକାଇ ପାରି ନଥିଲେ ସାଂସଦ ପ୍ରିୟା ସରୋଜ । ଦୁହିଁଙ୍କୁ ଶୁଭେଚ୍ଚାର ସୁଅ ଛୁଟିଛି ।

ଭାବୁକ ହେଲେ ପ୍ରିୟା ସରୋଜ- ରିଙ୍କୁ ସିଂ ମୁଦି ପିନ୍ଧାଇବା ବେଳେ ପ୍ରିୟା ଭାବୁକ ହୋଇ ପଡିଥିଲେ । ଲୁହକୁ ଅଟକାଇ ପାରିନଥିଲେ । ତାଙ୍କ ଆଖିରେ ଖୁସିର ଲୁହ ଆସିଥିଲା । ନିର୍ବନ୍ଧରେ ରିଙ୍କୁ ଧଳ ରଙ୍ଗର ଶେରୱାନୀ ପିନ୍ଧିଥିଲେ । ସାଂସଦ ପ୍ରିୟା ସରୋଜ ଲାଇଟ୍ ଗୋଲାପି ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଷ୍ଟେଜରେ ପ୍ରିୟା ପହଞ୍ଚିବା ପରେ ଭାବୁକ ହୋଇଥିଲା ଦେଖିବାକୁ ମିଳିଥିଲା । ରିଙ୍କୁ ସିଂ ତାଙ୍କୁ ସମ୍ଭାଳିଥିଲେ ।ଏହା ପରେ ଦୁହେଁ ପରସ୍ପରକୁ ଚାହିଁ ହସିଥିଲେ । ଏହି ସମାରୋହରେ  ପ୍ରାୟ ୩୦୦ ଅତିଥି ଯୋଗ ଦେଇଥିଲେ । ସପା ନେତା ରାମଗୋପାଳ ଯାଦବ, ଶିବପାଳ ସିଂହ ଯାଦବ ଓ ସାଂସଦ ରଜୀବ ରାୟ, ବିସିସିଆଇ ଉପଧ୍ୟକ୍ଷ ରାଜୀବ ଶୁକ୍ଳା ଓ ଜୟା ବଚ୍ଚନ ପ୍ରମୁଖ ଯୋଗ ଦେଇଥିଲେ । ଦୁହିଁଙ୍କର କେବେ ବିବାହ କେବେ ସେ ନେଇ ତାରିଖ ଜଣା ପଡିନାହିଁ ।

ଏହା ବି ପଢନ୍ତୁ...କୁଳଦୀପ ଯାଦବଙ୍କ ନିର୍ବନ୍ଧ ସଂପନ୍ନ, ନଭେମ୍ବରରେ ବିବାହ; ପିଲାଦିନର ବାନ୍ଧବୀ ହେବେ ପତ୍ନୀ

କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ଚାଇନା ମ୍ୟାନ କୁଳଦୀପ ଯାଦବଙ୍କର ନିର୍ବନ୍ଧ ହୋଇଥିଲା । ପିଲାଦିନ ବନ୍ଧୁ ବଂଶୀକାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.