ପ୍ରମୂଖ ଖବର
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଡିଭାଇଡର୍ ଡେଇଁ ଟାଟା ଏସିକୁ ପିଟିଲା କାର୍, ୨ ମୃତ ଜଣେ ଗୁରୁତର

Published By : Prameya | January 13, 2025 5:08 PM

ଭୁବନେଶ୍ଵର, ୧୩/୦୧ : ଯାଆଁଳା ଫାଣ୍ଡି ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା। ଡିଭାଇଡର୍ ଡେଇଁ ବିପରୀତ ରାସ୍ତାରେ ଯାଉଥିବା ଟାଟା ଏସିକୁ ପିଟିଲା କାର୍। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଇନ୍ଫୋଭାଲି ଥାନା ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି।

ସୂଚନାନୁଯାୟୀ, ଯାଆଁଳା ଫାଣ୍ଡି ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଖୋର୍ଦ୍ଧା ପଟୁ ଗୋଟିଏ କାର୍ ଭୁବନେଶ୍ୱର ଯାଉଥିବା ବେଳେ ହଠାତ୍ ଡିଭାଇଡର୍ ଡେଇଁ ବିପରୀତ ରାସ୍ତାରେ ଯାଉଥିବା ଟାଟା ଏସିକୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ମଧ୍ୟରୁ ଚାଳକ ଛିଟିକି ପଡ଼ିଛନ୍ତି। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଇନ୍ଫୋଭାଲି ଥାନା ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଗାଡି ଜବତ କରିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। 

ଅଧିକ ପଢନ୍ତୁ- ସଂଗ୍ରାମୀଙ୍କୁ ମିଳିବ ୨୦ ହଜାର ପେନସନ୍, ପ୍ରକାଶ ପାଇଲା ବିଜ୍ଞପ୍ତି


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.