ଭୁବନେଶ୍ଵର, ୧୪/୦୧ : ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ସୋମବାର ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିରର ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହାଫଳରେ ରାତି ୮ଟା ୩୦ରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ମକର ପୂଜା ନୀତି ବନ୍ଦ ରହିଛି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି। ବଡ଼ୁ ସେବାୟତ ବାରମ୍ବାର ମୁନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ- ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, "ଏହି ପବିତ୍ର ପର୍ବ ସମସ୍ତଙ୍କ ପାଇଁ ଶୁଭପ୍ରଦ ହେଉ"
ସୂଚନାନୁଯାୟୀ, ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମହାସୁଆରଙ୍କ ଦ୍ଵାରା କ୍ଷୀର ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ। ମକର ସଂକ୍ରାନ୍ତି ନିମନ୍ତେ ଘୃତ କମଳ ଲାଗି ହୁଏ। କିନ୍ତୁ ପୁର୍ନବାର ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯେଉଁଥିଲାଗି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଗତକାଲି ସନ୍ଧ୍ୟାରୁ ମକର ମଣ୍ଡପରେ ବସି ରହିଛନ୍ତି। କୌଣସି ନୀତିକାନ୍ତି ହୋଇନି କି ଦିଅଁ ଦକ୍ଷିଣ ଦ୍ଵାରକୁ ବିଜେ କରିନାହାଁନ୍ତି।
ଏହା ପ୍ରଥମ ଘଟଣା ନୁହେଁ। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରାଯାଉଛି। ଏପରିକି ମହାପ୍ରଭୁଙ୍କୁ ଉପାସ ରଖାଯାଉଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି।