ପ୍ରମୂଖ ଖବର
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପ୍ରାର୍ଥୀବ ଶରୀରର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, "ଏହି ପବିତ୍ର ପର୍ବ ସମସ୍ତଙ୍କ ପାଇଁ ଶୁଭପ୍ରଦ ହେଉ"

Published By : Rasmita Pradhan | January 14, 2025 8:21 AM

ଭୁବନେଶ୍ଵର, ୧୪/୦୧ : ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତ ଯେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ। ମହାପ୍ରଭୁଙ୍କ ନିକଟରେ ଏତିକି କାମନା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତିର ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି। ଏହା କେବଳ ଧାର୍ମିକ ଉତ୍ସବ ନୁହେଁ ଭାଇଚାରା, ସଦ୍‌ଭାବ ଓ ଏକତାର ପ୍ରତୀକ। ମକର ସଂକ୍ରାନ୍ତି ଓଡ଼ିଶା ତଥା ଆପଣଙ୍କ ପାଇଁ ଶୁଭପ୍ରଦ ହେଉ। ମହାପ୍ରଭୁଙ୍କ ନିକଟରେ କାମନା ଆପଣଙ୍କ ଜୀବନ ମଙ୍ଗଳମୟ ହେଉ। 

ଅଧିକ ପଢନ୍ତୁ- ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ


ଆଜି ମକର ସଂକ୍ରାନ୍ତି । ସୂର୍ଯ୍ୟ ମକର ରାଶିରେ ଚଳିବେ । ଆଜିଠୁ ସୂର୍ଯ୍ୟଦେବତାଙ୍କ ଉତ୍ତରାୟଣ ଆରମ୍ଭ ହୋଇଥାଏ । ମକର ସଂକ୍ରାନ୍ତିଠାରୁ ଦିନ ବଡ଼ ହେବା ସହିତ ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇଥାଏ । ଓଡ଼ିଆ ଘରେ ମକର ସଂକ୍ରାନ୍ତି ଧୁମ୍‌ଧାମରେ ପାଳନ କରାଯାଏ । ମନ୍ଦିରଠାରୁ ଘରେ ଘରେ ପୂଜାର୍ଚ୍ଚନା ବି ଜୋର୍‌ଦାର ହେବ । ନୂଆ ମକର ଚାଉଳ ଭୋଗ ଲାଗି ହୋଇଥାଏ ଏହି ଦିନ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.