ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ

Published By : Prameya | January 14, 2025 8:15 AM

ପୁରୀ ୧୪/୦୧: ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ସ୍ୱତନ୍ତ୍ର ବେଶ ହେବ । ମହାପ୍ରଭୁଙ୍କୁ ମକର ଚାଉଳ ଓ ଧନୁମୁଆଁ ଭୋଗ ଅର୍ପଣ କରାଯିବ । ଘଣ୍ଟ ଛତାର ପଟୁଆରରେ ମକରବେଢ଼ା ଅନୁଷ୍ଠିତ ହେବ । 

ସୋମବାର ଅଲାମଚଣ୍ଡୀଙ୍କ ମନ୍ଦିରରୁ ମକର ତାଡ଼ ଆସି ଶ୍ରୀମନ୍ଦିରରେ ପହଞ୍ଚିଛି । ଏଥିସହ ବଡ଼ଦେଉଳରେ  ଚାଉଳ ମେଲାଣ ତଥା ମକର ଅଧିବାସ ନୀତି ଅନୁଷ୍ଠିତ ହୋଇଛି ।  ସନ୍ଧ୍ୟାଧୂପ ପରେ ଚନ୍ଦନଲାଗି  ସରିବାରେ ଚାଉଳ ମେଲାଣ ଓ ଅଧିବାସ  ନୀତି ହୋଇଥିଲା । ପର୍ବ ଦିନ ମହାପ୍ରଭୁଙ୍କ ଅବକାଶ ନୀତି ବଢ଼ି ମହାପ୍ରଭୁଙ୍କ  ବେଶ ହେବ । ସକାଳ ଧୂପ ସରି ମହାସ୍ନାନ ନୀତି ସମ୍ପନ୍ନ ହେବ । ଠାକୁରେ ନୂଆ  ଲୁଗା, ଚୂଳମାଳ ଓ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇ ସ୍ୱତନ୍ତ୍ର ବେଶରେ ବିଭୂଷିତ  ହେବେ । ଦ୍ୱିପହର ଧୂପରେ ରୋଷ ଘରୁ ଘଣ୍ଟା, ଛତି ଓ କାହାଳୀର ପଟୁଆରରେ  ଯାତ୍ରା ଭୋଗ ଆସିବ । ଷୋଡ଼ଶ ଉପଚାରରେ ଶ୍ରୀବିଗ୍ରହଙ୍କୁ ମଣୋହି କରାଯିବ ।  ନୂଆ ଅରୁଆଚାଉଳରେ ଖୁଆ, ସର, ଛେନା, କଦଳୀ, ପିସ୍ତାବାଦାମ, ଖିସମିସ,  ଆଖୁଖଣ୍ଡ ଓ ବେଦେନା ପକାଇ ମକର ଚାଉଳ ପ୍ରସ୍ତୁତ କରି ଧନୁମୁଆଁ ଠାକୁରଙ୍କୁ  ଭୋଗ ଲଗାଯିବ । ଘଣ୍ଟଛତା ସହ ମକର ବେଢ଼ା, ଭୋଗ ଓ ବନ୍ଦାପନା ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.