ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଘରେ କେହି ନ ଥିବାବେଳେ ଡକାୟତି ; ଗହଣା ଜବତ, ୨ ଗିରଫ

ନୀଳଗିରି,୧୧/୧୦ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ଗୋପୀନାଥପୁର ଅଞ୍ଚଳରେ ମହେଶ୍ୱର ବେହେରାଙ୍କ ଘରେ କେହି ନ ଥିବା ସୁଯୋଗରେ ହୋଇଥିଲା ଡକାୟତ। ଘରେ ତାଲା ଭାଙ୍ଗି ଆଲମାରିରୁ ଗହଣା ଲୁଟ ହୋଇଥିଲା । ନୀଳଗିରି ଥାନାରେ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଥିଲେ ବି ବହୁ ଦିନ ଧରି ସଫଳତା ପାଇ ନ ଥିଲେ । ପରେ ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ଏକ ଟିମ ବହୁ ଚତୁରତାର ସହ ମୁଖ୍ୟ ଅଭିଯୁକ୍ତ ରବି ନାରାୟଣ ବେହେରା ଓରଫ ଜଗାକୁ ଗିରଫ କରିବାରେ ସଫଳ ହେବା ସହ ଗହଣା ଜବତ କରିବାରେ ସଫଳ ହୋଇଛନ୍ତି । ଖାଲି ସେତକ ନୁହଁ ଅନ୍ୟ ଏକ ଚୋରି ଘଟଣାରେ ମଧ୍ୟ ଏମାନଙ୍କର ସମ୍ପୃକ୍ତ ଥିବା ଜଣାପଡିଛି । ଏ ନେଇ ଆଜି ଅପରାହ୍ନରେ ବାଲେଶ୍ଵର ଏସପି ଦୁଇଟି ଚୋରି ଘଟଣା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ମହେଶ୍ବର ବେହେରାଙ୍କ ଘର ତାଲା ଭାଙ୍ଗି ସମସ୍ତ ଗହଣା ଓ କିଛି ଟଙ୍କା ଗତ ୨୪ ତାରିଖରେ ଘରେ କେହି ନଥିବା ବେଳେ ଘରୁ ଟଙ୍କା ଓ ସୁନା ଗହଣା ଚୋରି ହୋଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ନିଳଗିରି ଥାନା ଅଧିକାରୀ ଗୋପାଳ କର୍ଣ୍ଣ ତଦନ୍ତ ଆରମ୍ଭ କରିଥିଲେ । ଗୋପିନାଥପୁର ଗ୍ରାମର ରବିନାରାୟଣ ବେହେରା ଓରଫ୍ ଜଗା ଉପରେ ପୋଲିସର ସନ୍ଦେହ ମଧ୍ୟ ହୋଇଥିଲା । ପରେ ଅତି ଚତୁରତାର ସହ ନିଳଗିରି ପୋଲିସ୍ ଜଗାକୁ ଗୋପିନାଥପୁର ଗ୍ରାମରୁ ଗିରଫ କରିଥିଲେ । ସମସ୍ତ ଗହଣା ସହ ତିନି ହଜାର ଟଙ୍କା ଚୋରି କରିଥିବା ରବିନାରାୟଣ ବେହେରା ଓରଫ୍ ଜଗା ପୋଲିସ ନିକଟରେ ସ୍ବୀକାର କରିବା ସହ ଚୋରି କିଛି ଗହଣା ବରି ସାହି ଗ୍ରାମର ଜିନେଶ କୁମାର ବିନୋଦ ନିକଟରେ ବନ୍ଧା ପକାଇ କରି କିଛି ଟଙ୍କା ଆଣିଥିବା ସ୍ୱୀକାର କରିଥିଲା । 

ଗହଣା ସବୁ ଆଇଆଇଏଫଏଲ ବ୍ୟାଙ୍କ୍ ରେ ବନ୍ଧକ ରଖି ୫୦ ହଜାରରୁ ଅଧିକ ଟଙ୍କା ଆଣିଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କଲା ପରେ ନିଳଗିରି ପୋଲିସ ଚୋରି ଗହଣା ରଖିଥିବା ଯିନେଶ କୁମାର ବିନୋଦ କୁ ମଧ୍ୟ ଗିରଫ କରିଥିଲା। ଏ ନେଇ ଆଜି ବାଲେଶ୍ଵର ଏସପି  ରାଜ ପ୍ରସାଦ ନିଳଗିରି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ  ଜରିଆରେ ଚୋରି ଗହଣା ସହ ଜବତ କରାଯାଇଥିବା ନଗଦ ୪୦ହଜାର ଟଙ୍କା ଉଦ୍ଧାର କରାଯାଇଛି ବୋଲି ସୂଚନା ଦେଇଥିଲେ । ଗୋପୀନାଥପୁର ଗ୍ରାମର ଏକ ଚୋରି ମାମଲାରେ ରବିନାରାୟଣ ବେହେରା ଓରଫ୍ ଜଗା ସଂପୃକ୍ତି ଥିବାର ଏସ ପି ପ୍ରକାଶ କରିଛନ୍ତି । ସେଠାରୁ ଇନଭେଟର ଓ ପିତ୍ତଳ ସାମଗ୍ରୀ ମଧ୍ୟ ଚୋରି କରିବା ନେଇ ଜଣାପଡିବା ପରେ ଏଗୁଡିକ ଏକ ଲୁହା ଗୋଦାମରେ ବିକ୍ରି କରିଥିବା ଜଣାପଡିଥିଲା । ଗୋଦାମ ମାଲିକଙ୍କୁ ଅଟକ ରଖିବା ପରେ ସେ ଚୋରି ସାମଗ୍ରୀ କିଣିଦେବା ପରେ ତାଙ୍କୁ ଛାଡି ଦିଆଯାଇଛି । ସେହିପରି ଦୁଇ ନାବାଳକ ମଧ୍ୟ ପୂର୍ବ ଚୋରି ସମୟରେ ସହାୟତା ପ୍ରଦାନ ସନ୍ଦେହରେ ଅଟକ ଥିଲେ ମଧ୍ୟ ସେମାନେ ନିର୍ଦୋଷ ଜାଣି ତାଙ୍କୁ ଛାଡି ଦିଆଯାଇଛି । ତେବେ ଜବତ ସୁନା ଅଳଙ୍କାର ମଧ୍ୟରେ, ଏକ ହଳ ସୁନା ଚେନ, ୩ଟି ସୁନା ମୁଦି, ୩ ହଳ ସୁନା କାନ ଫୁଲ, ଏକ ହଳ ରୂପା ପାଉଁଜି  ଜବତ କରାଯାଇଥିବା ସାମ୍ବାଦିକ ଜଣାପଡିଛି । 

ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏନେଇ ନିଳଗିରି ଥାନାରେ ୩୦୩ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ଦଫା ୩୩୧(୪),/୩୦୫(ଏ) ବି ଏନ୍ଏସ ଧାରାରେ ମାମଲା ରୁଜୁ କରାଯାଇ ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସମେତ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ଉପସ୍ଥିତ ଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.