ନୂଆଦିଲ୍ଲୀ : ଉତ୍ତରୀ ଦିଲ୍ଲୀର ବୁରାରି ଅଞ୍ଚଳରେ ୪ ମହଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା। ଏହି ଘଟଣାରେ ଦୁଇ ଜଣ ନାବାଳିକାଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି, ୧୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସୂଚନା ଆଧାରରେ , ଆସ୍କର ପବ୍ଲିକ୍ ସ୍କୁଲ ନିକଟରେ ନବ ନିର୍ମିତ ଏହି କୋଠା ସୋମବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷରେ ଚାପି ହୋଇ ଥିବା ଲୋକଙ୍କୁ ବାହାର କରିବାର ଏକ ଭିଡ଼ିଓ ମଧ୍ୟ ସାମନାକୁ ଆସିଛି, ଯାହା କି ଖୁବ୍ ଆଶ୍ଚର୍ଯ୍ୟକର ।
ବିଲ୍ଡିଂ ଭାଙ୍ଗି ପଡ଼ିବା ପରେ ଘଣ୍ଟା ଘଣ୍ଟା ଧରି ରେସ୍କ୍ୟୁ ଅପରେସନ ଚାଲିଛି। ପୁଲିସ, ଦମକଳ ବିଭାଗ ଓ ଏନଡିଆରଏଫ୍ର ଟିମ୍ ଭଗ୍ନାବଶେଷରୁ ଲୋକଙ୍କ ବାହାର କରି ହସ୍ପିଟାଲରେ ପହଞ୍ଚାଉଛନ୍ତି। ଭଗ୍ନାବଶେଷରେ ଚାପି ହୋଇ ସାଧନା (୧୭) ଓ ରାଧିକା (୭) ନାମକ ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଯାଇ ଥିବା ବେଳେ ମଙ୍ଗଳବାର ଜଣେ ପୁରୁଷର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଡର୍ଜେନରୁ ଅଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ମଧ୍ୟରେ ରେସ୍କ୍ୟୁ ଅପରେସନର ଏକ ଭିଡ଼ିଓ ମଧ୍ୟ ସାମନାକୁ ଆସିଛି, ଯେଉଁଥିରେ ଜଣେ ପୁଲିସକର୍ମୀ ଭଗ୍ନାବଶେଷ ତଳକୁ ଯାଇ ଜଣେ ଯୁବତୀଙ୍କୁ ବାହାର କରୁଥିବା ନଜର ଆସୁଛି। ନିଜ ଜୀବନକୁ ବିପଦରେ ପକାଇ ମୃତ୍ୟୁର ମୁହଁରେ ଫଶି ରହିଥିବା ଝିଅକୁ ବାହାରକୁ ଆଣୁଛନ୍ତି। କୁହାଯାଉଛି କି, ଭିଡ଼ିଓରେ ଦେଖାଯାଉଛି , ପୁଲିସକର୍ମୀ ବୁରାରି ଥାନାରେ ମୁତୟନ ହେଡ୍ କନଷ୍ଟେବଲ ସୁଧିର ସାଙ୍ଗୱାନ। ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେଉଛି। ଲୋକେ ପୁଲିସକର୍ମୀର ସାହସର ପ୍ରଶଂସା କରୁଛନ୍ତି।
ଜଣେ ପୁଲିସ ଅଧିକାରୀ କହିଛନ୍ତି କି, ଘଟଣାର ସୂଚନା ମିଳିବା ପରେ ପୁଲିସ,ଦମକଳ ବିଭାଗ ଓ ଏନଡିଆରଏଫ୍ର ଟିମ୍ ସୁରକ୍ଷା ଅଭିଯାନ ଆରମ୍ଭ କରି ଦେଇ ଥିଲେ। ସେ କହିଛନ୍ତି କି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି ଏବଂ ଅନେକ ଟିମ୍ ଗଠନ କରାଯାଇଛି। ଏହାସହ ବିଲ୍ଡିଂର ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲୁ ରହିଛି।