ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଲୋକସଭା ନିର୍ବାଚନ ଓ ନୂଆ ଇଭିଏମ୍ କିଣିବାକୁ ବଜେଟ୍ରୁ ମିଳିଲା ଫଣ୍ଡ, ଜାଣନ୍ତୁ ମିଳିଲା କେତେ ?

Published By : Prameya | February 1, 2025 7:32 PM

ନୂଆଦିଲ୍ଲୀ,୧।୨: କେନ୍ଦ୍ର ବଜେଟ୍ ୨୦୨୫-୨୬ ରେ ଲୋକସଭା ନିର୍ବାଚନ, ନିର୍ବାଚନ କମିଶନ୍ ଓ ନୂଆ ଇଲୋଟ୍ରୋନିକ୍ସ ଭୋଟିଂ ମେସିନ୍ (ଇଭିଏମ୍) ପାଇଁ ଅଧିକ ଫଣ୍ଡ ଆବଣ୍ଟନ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନ କରିବା ଓ ନିର୍ବାଚନ କମିଶନଙ୍କୁ ଇଭିଏମ୍ କିଣିବା ପାଇଁ ଆଇନ ମନ୍ତ୍ରଣାଳୟକୁ ୧୪୦୦ କୋଟି ଟଙ୍କାରୁ ଅଧିକ ଆବଣ୍ଟିତ କରାଯାଇଛି। ନିର୍ବାଚନ କମିଶନ୍(ଇସି), ନିର୍ବାଚନ ଆଇନ, ନିର୍ବାଚନ ଓ ନିର୍ବାଚନ ପ୍ୟାନେଲରେ ସଦସ୍ୟଙ୍କ ନିଯୁକ୍ତି ପାଇଁ ଆଇନ ମନ୍ତ୍ରଣାଳୟ ନୋଡାଏ ଏଜେନ୍ସି ରହିଥାଏ। 

ଅର୍ଥମନ୍ତ୍ରୀ ସୀତାରମଣ ଶନିବାର ଲୋକସଭା ବଜେଟ୍ ଆଗତ କରିବା ବେଳେ ଏହି ଘୋଷଣା କରିଛନ୍ତି। ଆଇନ ମନ୍ତ୍ରଣାଳୟକୁ ଲୋକସନା ନିର୍ବାଚନ ପାଇଁ ୫୦୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ସେଭଳି ମତଦାତାଙ୍କ ପରିଚୟ ପତ୍ର ପାଇଁ ୩୦୦ କୋଟି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୫୯୭.୮୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି।

ଇଭିଏମ୍ କିଣିବା ପାଇଁ ଅଲଗା ଭାବରେ ଫଣ୍ଡ ଆବଣ୍ଟିତ କରାଯାଇଛି। ଏହି ଟଙ୍କା ୧୮.୭୨ କୋଟି ଟଙ୍କାର ରହିଛି। ଗୋଟିଏ ଇଭିଏମ୍‌ରେ ଅତି କମ୍‌ରେ ଗୋଟିଏ ବାଲେଟ୍ ୟୁନିଟ୍, ଗୋଟିଏ କନଟ୍ରୋଲ ୟୁନିଟ୍ ଏବଂ ଏକ ପେପର ଟ୍ରେଲ୍ ମେସିନ୍ ରହିଥାଏ। ଆଇନ ମନ୍ତ୍ରଣାଳୟର ଅଧିକାରୀ କ୍ୟାରି ଫରଓ୍ବାର୍ଡ ଖର୍ଚ୍ଚକୁ ‘ବୁକ୍ କିପିଂ’ ଅଭ୍ୟାସ ବୋଲି କହିଛନ୍ତି, ଯେଉଁଥିରେ ନିର୍ବାଚନ କରିବାରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ପୁରା କରିବା ପାଇଁ ଏଜେନ୍ସିକୁ ଧନ ଦିଆଯାଏ। ଉଲ୍ଲେଖନୀୟ ଯେ, ସଂସଦୀୟ ନିର୍ବାଚନ ମାମଲାରେ ଖର୍ଚ୍ଚ ହେବାକୁ ଥିବା ରାଶି କେନ୍ଦ୍ରସରକାର ବହନ କରିଥାନ୍ତି, ସେଭଳି ରାଜ୍ୟରେ ହେବାକୁ ଥିବା ନିର୍ବାଚନ କମିଶନଙ୍କ ମାମଲାରେ ପୁରା ରାଶି ସମ୍ପର୍କିତ ରାଜ୍ୟ ସରକାର ବହନ କରିଥାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.