ପୁରୀ , ୧୦।୧୧ : ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ନିଖୋଜ । ହୋଟେଲ ଭିକ୍ଟୋରିଆ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଘଟିଛି ଅଘଟଣ। ନିଖୋଜ ଯୁବକ ହେଉଛନ୍ତି ଭଦ୍ରକ ଅଞ୍ଚଳର ଆୟୁଷ ମହାପାତ୍ର।
ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ଆୟୁଷ। ରବିବାର ମଧ୍ୟାହ୍ନ ସମୟରେ ସମୁଦ୍ରରେ ସ୍ନାନ କରୁଥିବା ବେଳେ ହଠାତ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସମୁଦ୍ରରେ ଚାଲିଛି ଖୋଜାଖୋଜି। ଏପର୍ଯ୍ୟନ୍ତ ଆୟୁଷଙ୍କର କୌଣସି ପତ୍ତା ମିଳିନାହିଁ।