ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ବୌଦ୍ଧ-ପୁରାଣ କଟକ ରେଳ ସେକ୍ସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

Published By : Prameya | November 10, 2024 10:01 PM

ଭୁବନେଶ୍ୱର, ୧୦।୧୧ : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶନିବାର ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ପାଇଁ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନର ନିରୀକ୍ଷଣ କରିଛନ୍ତି  | ଏହି ନିରୀକ୍ଷଣ ପ୍ରକଳ୍ପର ଠିକ ସମୟରେ ସମାପ୍ତି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯାହା ଓଡିଶାର ଉପାନ୍ତ ତଥା ଆକାଂକ୍ଷୀ ଅଞ୍ଚଳରେ ସଂଯୋଗକୁ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଇଅଛି  |  

ନିର୍ମାଣ ୟୁନିଟ୍ ଦ୍ୱାରା ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ଥିବା ନୂତନ ନିର୍ମିତ ଟ୍ରାକ୍ ରେ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ ସଫଳତାର ସହିତ ସମାପ୍ତ ହୋଇସାରିଛି । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମୋଟ ୩୦୧ କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୨୨୬ କିଲୋମିଟରର କାର୍ଯ୍ୟ ଶେଷ ହୋଇଛି ଏବଂ ତନ୍ମଧ୍ୟରୁ ୧୯୯ କିଲୋମିଟର କାର୍ଯ୍ୟକ୍ଷମ ହୋଇସାରିଛି ।

ଶ୍ରୀ ଫୁଙ୍କୱାଲ ତାଙ୍କ ଯାଞ୍ଚ ସମୟରେ ନିର୍ମାଣର ଗତିଧାରା ବଜାୟ ରଖିବା ଏବଂ ସମସ୍ତ ପ୍ରସ୍ତାବିତ ଷ୍ଟେସନରେ ଆବଶ୍ୟକ ଯାତ୍ରୀ ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କଠିନ ଭୂମି, ବିଶେଷକରି ଟନେଲ ଥିବା ରେଳ ସେକ୍ସନ ମାନଙ୍କରେ ଇଂଜିନିୟରିଂ ଆହ୍ୱାନ ସତ୍ତ୍ୱେ ଏହି ପ୍ରକଳ୍ପ ଠିକ ସମୟରେ ଶେଷ ହେବ  ବୋଲି କହିଛନ୍ତି।

ରେଳ ସୁରକ୍ଷା ଆୟୁକ୍ତ (କମିଶନର) (CRS) ଙ୍କ ସଫଳ ନିରୀକ୍ଷଣ ଓ ତାଙ୍କର ଅନୁମତି ପାଇବା ପରେ ଏବଂ ଆନୁସଙ୍ଗିକ ଭିତ୍ତିଭୂମି ତଥା ଯାତ୍ରୀ ସୁବିଧା ଗୁଡିକର କାର୍ଯ୍ୟ ସମାପ୍ତ ହେବା ପରେ ନୂତନ ଭାବେ ନିର୍ମିତ ରେଳ ସେକ୍ସନ ଗୁଡ଼ିକରେ ଟ୍ରେନ୍ ସେବା ଚଳାଇବାକୁ ନିଷ୍ପତ୍ତି ନିଆଯିବ | ନିୟମିତ କାର୍ଯ୍ୟ ପାଇଁ ଟ୍ରାକର ଫିଟନେସ୍ ସୁନିଶ୍ଚିତ କରିବାକୁ ଏକ ହାଲୁକା ଇଞ୍ଜିନ୍ ଟ୍ରାଏଲ୍ ରନ୍ ପୂର୍ବରୁ ପରୀକ୍ଷଣ କରାଯାଇଛି |

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.