ଭୁବନେଶ୍ୱର, ୧୬/୫ : ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ l ବିଏମସି ମୁଖ୍ୟାଳୟରେ ଆଜି ମେୟର ସୁଲୋଚନା ଦାସ ଶ୍ବାନ ଉଦ୍ଧାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ସେମାନଙ୍କୁ ବନ୍ଧ୍ୟା କରଣ କରିବା ପାଇଁ ହାଇଦ୍ରାବାଦସ୍ଥିତ ଭେଟ୍ସ ସୋସାଇଟ୍ ଫର ଆନିମଲ ଓ୍ୱେଲଫେୟାର ଆଣ୍ଡ ରୁରାଲ ଡେଭଲପମେଣ୍ଟ(Vets Society for Animal welfare & Rural Development)କୁ କାର୍ଯ୍ୟାଦେଶ ଦିଆଯାଇଛି l
ପ୍ରତି ମାସରେ ପ୍ରାୟ ୨ହଜାର ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି l ଏହି ଅବସରରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସ୍ୱାସ୍ଥ୍ୟ ଓ ପରିମଳ ବିରଞ୍ଚି ନାରାୟଣ ମହାସୁପକାର, ଅଭିଯୋଗ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ବିନୟିନୀ ଜେନାଙ୍କ ସମେତ କର୍ପୋରେଟର, ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l