ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ବ୍ଲକସ୍ତରୀୟ ଏନଆରଇଜିଏସ ଜନଶୁଣାଣି ଶିବିର , ଭୂତ ପାଇଛି ମଜୁରୀ

ଚନ୍ଦାହାଣ୍ଡି ,୩୦।୯(ଆ ପ୍ର ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକଙ୍କ ତତ୍ତ୍ବାବଧାନରେ ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ  ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି  ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ  ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ଅତିରିକ୍ତ ଜିଲ୍ଲାପାଳ ମହେଶ ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ଅଡିଟ   ବୈବସୁତ ଚାଲାଣ, ଗଣମାଧ୍ୟମ ପ୍ରତିନିଧି ମନୋଜ କୁମାର ପାଣ୍ଡି ଯୋଗ ଦେଇଥିଲେ l  

ବ୍ଲକ ଏନଆରଜିଏସ  ସହକାରୀ ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର କୁମାର ବେହେରା  ବ୍ଲକରେ   ହୋଇ ଥିବା ସମସ୍ତ ଏନଆରଇଜିଏସ କାର୍ଯ୍ୟର ତଥ୍ୟ ପ୍ରଦାନ କରିଥିଲେ l   ୧୪ ଟି ପଞ୍ଚାୟତରେ  ବ୍ୟକ୍ତିଗତ ଏବଂ ସାମୁହିକ ସର୍ବମୋଟ ୧୮୮୩  ଟି ପ୍ରକଳ୍ପ ପାଇଁ   ଅଣକୁଶଲୀ ଶ୍ରମିକଙ୍କ ମଜୁରୀ ବାବଦକୁ ୨,୮୫,୩୭୪୫୨ ଅଟକଳ ମଞ୍ଜୁର ହୋଇ ଥିବା ବେଳେ  କୁଶଲିଙ୍କୁ ଚନ୍ଦାହାଣ୍ଡି  ପଞ୍ଚାୟତରେ କେବଳ ୫୩,୫୫୦ ଟଙ୍କା  ପ୍ରଦାନ କରାଯାଇଛି।  ଅନ୍ୟ ସବୁ ପଞ୍ଚାୟତରେ କୁଶଲିଙ୍କୁ ମଜୁରୀ ପ୍ରଦାନ କରା  ନ ଯାଇ କେବଳ ସାମଗ୍ରୀ ବାବଦକୁ ୩୦,୧୪୦,୬୮୯ ଟଙ୍କା ଖର୍ଚ୍ଚ କରାଯାଇଛି l  ସର୍ବ ମୋଟ ୮୩୩  ଟି ପ୍ରକଳ୍ପ ସମାପ୍ତ ହେବା ସହ ଶ୍ରମିକଙ୍କୁ ୯୦ % ମଜୁରୀ ପ୍ରଦାନ କରିବାର ନିୟମ ରହି ଥିବା ବେଳେ କେବଳ ୪୮% ମଜୁରୀ ପ୍ରଦାନ କରାଯାଇଥିବା ନେଇ  ଦର୍ଶାଯାଇଛି l ଏଠାରେ ଶ୍ରମିକ ବଦଳରେ ମେସିନ କାର୍ଯ୍ୟ କରିଥିବାର  ଗନ୍ଧ ସ୍ପଟ ବାରି ହୋଇ ପଡ଼ୁ ଥିଲା l  କୌଣସି କାର୍ଯ୍ୟର ସୂଚନା ଫଳକ  ଲଗା ନ ଯାଇ କେବଳ କାଗଜ ପତ୍ରରେ ଦର୍ଶା  ଯାଇ ଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା l 

ଏ ବାବଦରେ ବୈଠକରେ  ଏପିଓ ଦେବେନ୍ଦ୍ର ବେହେରାଙ୍କୁ ଜିଲ୍ଲା ସାମାଜିକ  ଅଡିଟ ବୈବସୁତ ଚାଲାଣ ଏବଂ ଜନ ପ୍ରତିନିଧି ପ୍ରଶ୍ନ କରିବାରୁ  ବୋର୍ଡ ଗାଇ ଗୋରୁ ଭାଙ୍ଗି ଦେଇ ଥିବା ନେଇ ସଫେଇ ଦେଇ ଥିଲେ l   ଜମାଦାର ପଡା ପଞ୍ଚାୟତରେ ଜଣେ ମୃତ ବ୍ୟକ୍ତି  ୧୭ ଦିନ କାମ କରି ୪୦୨୯  ଟଙ୍କା ମଜୁରୀ ପାଇ ଥିବା   ମଷ୍ଟର ରୋଲରେ ଦର୍ଶା ଯାଇଥିବା ନେଇ ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରା ଯାଇ ଥିଲା l  ଏହାର ବିହିତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମହେଶ ଚନ୍ଦ୍ର ନାୟକ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ l  ବିନା ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଜ୍ଞ୍ୟାତରେ କୌଣସି ଏନଆରଇଜିଏସ କାର୍ଯ୍ୟ କରାଗଲେ  ଏହା ବିଚାରକୁ ନିଆଯିବ ନାହିଁ  କିମ୍ବା ଶ୍ରମିକ ବଦଳରେ ମେସିନ ସାହାଯ୍ୟ ରେ କାମ କଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବୈଠକ ରେ     ଅତିରିକ୍ତ ଜିଲ୍ଲାପାଳ ମହେଶ ଚନ୍ଦ୍ର ନାୟକ   ପ୍ରକାଶ କରିଥିଲେ l ଏଥିରେ  ସହକାରୀ ଯନ୍ତ୍ରୀ ଥୟ ପଟେଲ, କନିଷ୍ଠ ଯନ୍ତ୍ରୀ ଭରତ ରାଉତ,  ଏନ ଆର ଜି ଏସ ସଂଯୋଜିକା ଜୟନ୍ତୀ ମହାରଣା,ସହକାରୀ ଉଦ୍ୟାନ ଅଧିକାରୀ ଲିଙ୍କନ ମେହେର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ ଉପସ୍ଥିତ ରହି ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.