ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଉଠା ଜଳସେଚନ ପ୍ରକଳ୍ପ ଅଚଳ, ହିନସ୍ତା ଭୋଗୁଛନ୍ତି ଚାଷୀ

ଚନ୍ଦାହାଣ୍ଡି ୨୩।୯ (ଆ ପ୍ର )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ  ଚାଷୀଙ୍କ ଜଳସେଚନ  ସୁବିଧା  ସକାଶେ ତେଲ, ବରୀ, ଶୁଖା ଏବଂ ଭଣ୍ଡାର ନଦୀରେ   ନିର୍ମାଣ କରାଯାଇଛି ଉଠା ଜଳସେଚନ ପ୍ରକଳ୍ପ l ପ୍ରଶାସନ ତାର ନିର୍ମାଣ କାର୍ଯ୍ୟ ସାରି ଦେଇ ଏହାରି ଉପରେ ଆହୁରି ନିଘା ନାହିଁ l ଯାହା ଫଳ ରେ ୭୦ ପ୍ରତି ଶତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହେବା ସହ ଅଚଳ ହୋଇ ପଡିଛି। ଅନ୍ୟପକ୍ଷରେ ଚାଷୀଙ୍କ ନାମ ରେ ଗଡୁଛି ବିଦ୍ୟୁତ ବିଲ l  ବର୍ତ୍ତମାନ ବର୍ଷା  ଋତୁ ସରିବାକୁ ଆସୁଥିବା ବେଳେ  ଆଗକୁ ଚାଷୀଙ୍କ ଜମିରେ ଜଳସେଚନ କିପରି ହେବା ସହ ଚାଷୀ ର ଫସଲ ଠିକ ଭାବ ରେ ଉତ୍ପାଦନ ହୋଇ ପାରିବ ଏହାକୁ ନେଇ ଘୋର ଚିନ୍ତା ରେ ଚାଷୀ l  ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦ କ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l 

ସୂଚନା ମୁତାବିକ ଚନ୍ଦାହାଣ୍ଡି ବ୍ଲକ ରେ ଶତକଡା  ୮୦ ଭାଗ ଲୋକେ ଚାଷ ଉପରେ ନିର୍ଭର   କରି ଥାନ୍ତି l ଏଠାରେ ସର୍ବ ମୋଟ ଚାଷ   ଜମି ରହିଛି ୧୫ ହଜାର ହେକ୍ଟର l  ସେଥିରୁ ୫ ହଜାର ୮ ଶହ  ଧାନ ଜମି ରହି ଥିବା ନେଇ ବ୍ଲକ କୃଷି ଅଧିକାରୀ ରାକେଶ କୁମାର ପାଣ୍ଡେ ପ୍ରକାଶ କରିଛନ୍ତି l  ଏଠାରେ  ଚାଷୀଙ୍କ ଜମିରେ ଜଳସେଚନ  ସୁବିଧା ପାଇଁ    ଭଣ୍ଡାର ନଦୀ ରେ  ମାତ୍ର ଗୋଟିଏ  କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି l ଏଥିରୁ ୫ ଟି ପଞ୍ଚାୟତ ର ୧୬ ଶହ ହେକ୍ଟର  ଜମିକୁ ଜଳସେଚିତ ହେଉଛି l   ଏଠାରେ   ସର୍ବ ମୋଟ ରହିଛି  ୧୩୮ ଟି ଉଠା ଜଳସେଚନ ପ୍ରକଳ୍ପ।   ସେଥିରୁ ୧୨୫ କାର୍ଯ୍ୟକ୍ଷମ ୧୩ ଅଚଳ ଏବଂ ଗଭୀର ନଳକୂପ ରହିଛି ୧୪୬  ମଧ୍ୟରୁ ୧୬ ଅଚଳ l 

ଏହା ସହ  ନୂତନ ଭାବ ରେ ଜମିରେ ଗଭୀର ନଳକୂପ ଖନନ ପାଇଁ ୩୫୮ ଜଣ ଚାଷୀ  ଅନଲାଇନ କରି ଥିବା ବେଳେ ସେଥିରୁ ମିଳିତ ଭାବରେ  ବିଦ୍ୟୁତ ଚାଳିତ ମୋଟର ପାଇଁ ୩୧୬ ଜଣ ଏବଂ ବ୍ୟକ୍ତିଗତ ସୋଲାର ମୋଟର ପାଇଁ ୪୨ ଜଣ ଚାଷୀ  ୨୦ ହଜାର ଲେଖାଏଁ ଅନଲାଇନ କରି ଅପେକ୍ଷା ରେ ରହି ଥିବା ନେଇ  ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଦିଲୀପ ଦାସ ପ୍ରକାଶ କରିଛନ୍ତି l   ଆସନ୍ତା ଡିସେମ୍ବର ସୁଧା ଅନଲାଇନ ଚାଷୀ ଙ୍କ ଜମି ରେ   ଗଭୀର ନଳକୂପ ଖୋଲା ଯିବ ବୋଲି ସେ ସୂଚନା ଦେଇଛନ୍ତି l  

ସରକାରୀ ରିପୋର୍ଟ ରେ ୧୩ ଟି ଉଠାଜଳସେଚନ ଅଚଳ ଦର୍ଶା ଯାଇ ଥିବା ବେଳେ  ପ୍ରକୃତରେ ଏଠାରେ ଶତକଡା ୬୦ ପ୍ରତିଶତ  ଉଠା ଜଳସେଚନ ପ୍ରକଳ୍ପ  ଅଚଳ ହୋଇ ପଡିଛି l  କେଉଁଠି ମୋଟର ନାହିଁ ତ କେଉଁଠି ବିଦ୍ୟୁତ ଟ୍ରାନ୍ସଫରମର ପୋଡିଯାଇଛି।     କେନ୍ଦୁଗୁଡା ତେଲ ନଦୀ ରେ ନିର୍ମିତ ୨ ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ରୁ ଗୋଟିଏ କାର୍ଯ୍ୟକ୍ଷମ  ଥିବା ବେଳେ ଆଉ ଗୋଟିଏ ଅଚଳ ହୋଇ ପଡି ଥିବା ନେଇ ଚାଷୀ ଭୋଜରାଜ ସିନ୍ନା, ଖଗେଶ୍ୱର ବାଘ ଏବଂ ଯୁଗେଶ୍ୱର ନାଗ ପ୍ରକାଶ କରିଛନ୍ତି l  ବର୍ତ୍ତମାନ ବର୍ଷା ସମାପ୍ତ ହେବା କୁ ବସିଲାଣି l ଆଗକୁ ଜଳସେଚନ ର   ସୁବିଧା ପାଇଁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସେମାନେ ଦାବୀ କରି ଛନ୍ତି l  ଖୁବ ଶିଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଦିଲୀପ ଦାସ ପ୍ରକାଶ କରିଛନ୍ତି l  ଏ ଦିଗରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.