ନବରଙ୍ଗପୁର, ୧୭/୯ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଜନୈକ ୧୧ବର୍ଷର ନାବାଳିକାର ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସ୍କୁଲ ପଛ ଏକ ବୁଦା ମୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି । ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଛି ।