ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

ଚନ୍ଦାହାଣ୍ଡି,୧୮/୦୯: ଶୋଇଥିବା ଅବସ୍ଥାରେ କାମୁଡ଼ିଲା ସାପ । ସାପ କାମୁଡ଼ାରେ ପ୍ରାଣ ହରାଇଲେ ଚେଦାର ଗୌଡ଼ଙ୍କ ୯ ବର୍ଷର ଝିଅ ଡାଲିମ୍ଭ ଗୌଡ଼ । ସରକାରୀ ସହାୟତା ପାଇଁ ଦାବି କଲେ ସମାଜସେବୀ ଏବଂ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଖଇରଭାଡ଼ି ଗ୍ରାମରେ ଏଭଳି ଅଘଟଣ ଘଟିଛି ।

ସୂଚନା ମୁତାବକ, ମଙ୍ଗଳବାର ରାତିରେ ଡାଲିମ୍ଭ ତାଙ୍କ ପରିବାର ଲୋକଙ୍କ ସହ ଖାଇ ପିଇ ଘରେ ଶୋଇଥିଲେ । ଡାଲିମ୍ବ ତଳେ ଶୋଇଥିବା ବେଳେ ଏକ ଅଜଣା ବିଷଧର ସାପ ତାଙ୍କ ଓଠକୁ କାମୁଡି ଦେଇଥିଲା । ଡାଲିମ୍ବ ଅଚେତ ଅବସ୍ଥାରେ ରହିଥିବାର ପରିବାର ଲୋକେ ଦେଖିଥିଲେ । ଏହା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାଲିମ୍ଭଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୌମ୍ୟ ପୁରୋହିତ ପ୍ରକାଶ କରିଥିଲେ । 

ତେବେ ଏନେଇ ଡାଲିମ୍ଭଙ୍କ ବାପା ଚେଦାର ଗୌଡ଼ ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଚନ୍ଦାହାଣ୍ଡି ଥାନା ଏକ ଅପମୃତ୍ୟୁ ମମଲା ରୁଜୁ କରିଛି । ଏହାର ତଦନ୍ତ ଭାର ଏଏସଆଇ ବସନ୍ତ କୁମାର ସ୍ବାଇଁଙ୍କୁ ହସ୍ତାନ୍ତର କରାଯାଇଛି । ଏହା ପରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ବସନ୍ତ କୁମାର ସ୍ବାଇଁ, ହାବିଲଦାର କିରଣ କୁମାର ଦୋରା, ଲୋକନାଥ ବତ୍ସା, ଗୃହରକ୍ଷୀ ଚନ୍ଦ୍ରକାନ୍ତି ଜଗତ ଡାକ୍ତରଖାନା ଯାଇ ମୃତଦେହ ଜବତ କରିଛନ୍ତି । ମୃତଦେହ ଜବତ କରି ପରେ ଏହାର ବ୍ୟବଚ୍ଛେଦ କରାଇଛନ୍ତି । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ମୃତ ଶିଶୁକନ୍ୟା ଜଣେ ଗରୀବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସମାଜସେବୀ ମୋତିଲାଲ ସାହୁ, ଭୀମ ଡଙ୍ଗରି ହର ପୂଜାରୀ ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି l

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.