ନବରଙ୍ଗପୁର,୨୯।୯; ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ସୁନ୍ଦରଗଡ ଠାରେ ଚାଲିଥିବା ୬୩ ତମ ଆନ୍ତଃ ଜିଲ୍ଲା ସାହାଣୀ କପର ପ୍ରାରମ୍ଭିକ ମ୍ୟାଚରେ ନବରଙ୍ଗପୁର ଜିଲ୍ଲା ଦଳ ଦମଦାର ପ୍ରଦର୍ଶନ କରିଛି । ନିଜର ପ୍ରଥମ ମ୍ୟାଚରେ ଗଜପତି ଜିଲା ଦଳ ସହ ଖେଳି ଏକତରଫା ଭାବେ ୧୦ ଗୋଟି ଗୋଲ ଦେଇ ବିଜୟ ହାସଲ କରିବା ପରେ ଅନ୍ୟ ଏକ ଲିଗ ମ୍ୟାଚ ରେ ନବରଙ୍ଗପୁର ଜିଲ୍ଲା ଦଳ ନୟାଗଡ ଦଳକୁ ୭/୩ ଗୋଲ ବ୍ଯବଧାନରେ ବିଜୟ ହାସଲ କରି ନିଜ ଗ୍ରୁପ୍ରର ଦ୍ବତୀୟ ସ୍ଥାନ ହାସଲ କରିଛନ୍ତି ।
ନବରଙ୍ଗପୁର ଦଳ ପକ୍ଷରୁ ପିଣ୍ଟୁ ସାନ୍ତା ୪ ଗୋଟି ଗୋଲ ମାରିଥିବା ବେଳେ ମିଥୁନ ସାନ୍ତା , ଜଗବନ୍ଧୁ ସାନ୍ତା ଏବଂ ପ୍ରେମ ପିୟୁଷ ବାଘ ପ୍ରତ୍ୟେକ ଗୋଟାଏ ଲେଖାଏଁ ଗୋଲ ମାରିଛନ୍ତି । ନବରଙ୍ଗପୁର ଦଳ ପକ୍ଷରୁ ୪ ଗୋଟି ଗୋଲ ମାରିଥିବା ପିଣ୍ଟୁ ସାନ୍ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବରେ ବିବେଚନା କରାଯାଇଥିଲା । ତାଙ୍କୁ ଏ ବାବଦରେ ୨୦୦୦ ଟଙ୍କା ର ପୁରସ୍କାର ରାଶି ଦିଆଯାଇଛି । ଏହି ସଫଳତା ପାଇବା ପରେ ନବରଙ୍ଗପୁର ଜିଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ,ଉପ ସଭାପତି ଏମ. ବାଲାକ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଆଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ.ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ବୈକୁଣ୍ଠ ସଂଘର ବରିଷ୍ଠ ସଭ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଶୁଭେଛା ଜଣାଇଛନ୍ତି ।