ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିଜୟଧାରାରେ ରୋକ ଲଗାଇଲେ ବିଜେପିର ପ୍ରଦ୍ୟୁମ୍ନ

ଭୁବନେଶ୍ବର,୪।୬ : ବିଜେଡି ଗଡ ଭାବେ ପରିଚିତ ଭଞ୍ଜନଗର। ଜନତା ଦଳ ଓ ତା’ ପରେ ବିଜୁ ଜନତା ଦଳର ପ୍ରାର୍ଥୀ ଏଠାରେ ବିଜୟୀ ହୋଇ ଆସୁଥିଲେ ।  ୧୯୯୫ ରୁ ଏଠାରୁ ଜନତା ଦଳ ଓ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇ  ବିଜୟୀ ହୋଇ ଆସୁଥିଲେ ମନ୍ତ୍ରୀ ବିକ୍ରମ ଆରୁଖ। ୬ ଥର ଏହି ଆସନରୁ ସେ ବିଧାୟକ ହୋଇଛନ୍ତି। ତେବେ ଚଳିତ ନିର୍ବାଚନରେ ତାଙ୍କ ବିଜୟ ଧାରାରେ ରୋକ ଲଗାଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ।  ୧୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସେ ବିକ୍ରମଙ୍କୁ ପରାଜିତ କରିଛନ୍ତି।  ୬ ଥରର  ବିଧାୟକଙ୍କୁ  ଚଳିତ ନିର୍ବାଚନରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି।

ଭଞ୍ଜନଗରରେ ପ୍ରଦ୍ୟୁମ୍ନ କୁମାର ନାୟକ ୮୦୫୧୯ ଖଣ୍ଡରୁ ଅଧିକ ଭୋଟ ପାଇଥିବା ବେଳେ ବିକ୍ରମ କେଶରୀ ଆରୁଖ ୬୫୧୮୬ ଖଣ୍ଡରୁ ଅଧିକ ଭୋଟ ପାଇଛନ୍ତି।  ପ୍ରଦ୍ୟୁମ୍ନଙ୍କ ବିଜୟ ବ୍ୟବଧାନ ୧୫ ହଜାରରୁ ଅଧିକ ରହିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଶୋଇ ୪୯୦୮ ଖଣ୍ଡ ଭୋଟ ପାଇଛନ୍ତି। 

ଆହୁରି ପଢନ୍ତୁ : ଏକ୍ରାମ ଭୁବନେଶ୍ବରରେ ବିଜେଡି ଗଡ ଭାଙ୍ଗିଲା ବିଜେପି : ମନ୍ତ୍ରୀ ଅଶୋକ ପଣ୍ଡା ହାରିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.