ସମ୍ବଲପୁର, ୧୯।୧ ; ସରିଲା ହୀରାକୁଦ ଜଳଭଣ୍ଡାର ପକ୍ଷୀ ଗଣନା। ଗତବର୍ଷ ତୁଳନାରେ ଅଧିକ ପକ୍ଷୀ ଆସିଛନ୍ତି। ଚଳିତ ବର୍ଷ ହୀରାକୁଦକୁ ୧୨୨ ପ୍ରଜାତିର ୩ ଲକ୍ଷ ୭୭ ହଜାର ପକ୍ଷୀ ଆସିଥିବା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି | ସୂଚନା ଅନୁସାରେ ୨୦୨୪ ମସିହାରେ ୧୧୩ ପ୍ରଜାତିର ୩ଲକ୍ଷ ୪୨ ହଜାର ପକ୍ଷୀ ଆସିଥିଲେ । ଗତବର୍ଷ ଅପେକ୍ଷା ୩୫ ହଜାର ପକ୍ଷୀ ବୃଦ୍ଧି ପାଇଛନ୍ତି | ସେହିପରି ୯ଟି ନୂଆଁ ପ୍ରଜାତିର ପକ୍ଷୀ ମଧ୍ୟ ଆସିଛନ୍ତି |
ସେହିପରି ଶନିବାର ମାଲକାନଗିରି ଜିଲ୍ଲା ସଦର ମହକୁମା ସତିଗୁଡା ଜଳଭଣ୍ଡାରରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସାମାନ୍ୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସହକାରୀ ବନସଂରକ୍ଷକ ମୌସୁମୀ ଖେମୁଣ୍ଡୁ ସୂଚନା ଦେଇଛନ୍ତି। ଗତବର୍ଷ ୩୫୦୮ ପକ୍ଷୀ ଥିଲା ବେଳେ ଚଳିତ ବର୍ଷ ୩୫୧୭ ଟି ପକ୍ଷୀ ଆସିଛନ୍ତି। ଏଥିରେ ୩୪ଟି ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଜଳଭଣ୍ଡାରକୁ ଆସିଛନ୍ତିା ସେମାନଙ୍କ ମଧ୍ୟରୁ ୫୪୨ଟି ପାଣି ଡୁବୁକି, ୪୯୮ ହଂସାରଳି, ୪୮୦ଟି ଛୋଟ ପାଣିକୁ, ୩୩୦ଟି କମନ ପୋଚାଡ, ଗାଟିଆ ଡୁବୁକି, ପାଣିବଗ, ରାଣୀ ବଗ, ବଡ ବଗ, ଖଇରାପିଛ, ଅଞ୍ଜିନା, ଗେଣ୍ଡାଳିଆ, ପ୍ରଭୃତି ସହ ୩୪ ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଚିହ୍ନଟ କରା ଯାଇଛିା ସେତିମଧ୍ୟରୁ ୨୨ ପ୍ରଜାତିର ବିଦେଶୀ ପକ୍ଷୀ ହୋଇଥିବା ବେଳେ ୧୨ ପ୍ରକାରର ସ୍ୱଦେଶୀ ପକ୍ଷୀ ଚିହ୍ନଟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।ଏହି ପକ୍ଷୀ ଗଣନାରେ ମାଲକାନଗିରି ରେଞ୍ଜର ରମେଶ ଚନ୍ଦ୍ର ରାଉତ ଓ ବନପାଳ, ବନରକ୍ଷୀ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।