ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର

ଚାନ୍ଦବାଲି,୨୭/୦୯: ଧରାପଡ଼ିଲେ ବାଉକ ଲୁଟେରା । ଏକ ପାଞ୍ଚ ଜଣିଆ ଟିମ୍‌ ବାରମ୍ବାର ବାଇକ୍‌ ଚୋରି କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଧରା ପଡ଼ିଛନ୍ତି । ଜଣେ ଅଭିଯୁକ୍ତ ଫେରାର ହୋଇଛି । ଗିରଫ ଅଭିଯୁକ୍ତ ଦ୍ବୟ ଗଉଡୁଣୀପୋଖରୀର ଚକ୍ରଧର ରାଉତ ଏବଂ କୁଦକାନ୍ତି ଗ୍ରାମର ସେକ୍ ସାଜନ ବୋଲି ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ଧାମରା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଧାମରା ଥାନାରେ ଗାଡ଼ି ଚୋରି ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଧାମରା ପୁଲିସ ଏହି ବାଇକ୍ ଚୋରଙ୍କ ଖୋଜ ଖବର ପାଉ ନଥିଲା । ତେବେ ଦୁଇଦିନ ତଳେ ପେଟ୍ରୋଲିଂ ସମୟରେ ରାସ୍ତାରେ ଜଣେ ଯୁବକକୁ ସନ୍ଦେହଜନକ ଭାବେ ପୁଲିସ ରାତିରେ ଅଟକାଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ । ଯାଞ୍ଚ ବେଳେ ସେହି ଯୁବକ ଧରିଥିବା ବ୍ୟାଗରୁ ୧୨ଟି ବାଇକ୍ ଚାବିକାଠି ଏବଂ ୩ ଟି ମଙ୍କିକ୍ୟାପ୍ ବାହାରିଥିଲା । ପୁଲିସ ଏହି ଯୁବକକୁ ଥାନାକୁ ନେବା ପରେ ତାଙ୍କର ଘର ସ୍ଥାନୀୟ ଗଉଡୁଣୀପୋଖରୀ ଅଞ୍ଚଳରେ ଏବଂ ତାଙ୍କର ନାମ ଚକ୍ରଧର ରାଉତ ଓରଫ କାଳିଆ ବୋଲି ଜଣାପଡ଼ିଥିଲା । ତେବେ କାଳିଆ ସମେତ ସେମାନଙ୍କର ଏକ ୫ଜଣିଆ ବାଇକ୍ ଚୋରି ଗ୍ୟାଙ୍ଗ ରହିଛି । କାଳିଆ ଓ ଅନ୍ୟ ଜଣେ ଯୁବକ ବାଇକ୍ ଚାବି ଭାଙ୍ଗି ଚୋରି କରି ଗାଡ଼ି ପିଛା ୩ ରୁ ୪ ହଜାର ଟଙ୍କା ପାଆନ୍ତି । ଏହି ଉପାୟରେ ସେମାନେ ୧୫ ରୁ ଅଧିକ ବାଇକ ଲୁଟି ସାରିଲେଣି । ଅଭିଯୁକ୍ତ କାଳିଆର ତଥ୍ୟ ଅନୁଯାୟୀ, କୁଦକାନ୍ତି ଗ୍ରାମର ସେକ୍ ସାଜନ, ସେକ୍ କମୁଲଙ୍କ ଘର ଉପରେ ଚଢ଼ଉ କରି ସେକ୍ ସାଜନକୁ ଧରି ଥିବା ବେଳେ କମୁଲୁ ଫେରାର ହୋଇ ଯାଇଥିଲା । ଏମାନଙ୍କ ନିକଟରୁ ୩ଟି ବାଇକ ଜବତ କରିଛି ପୁଲିସ । ବାକି ଗାଡ଼ି କାହାକୁ ବିକିଛନ୍ତି ତାହାର ତଦନ୍ତ ଚଳାଇଛି ପୁଲିସ । ଉଭୟ କାଳିଆ ଓ ସେକ୍ ସାଜନକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଧାମରା, ଦୋସିଙ୍ଗା, କଇଥିଖୋଲା, ବାଂଶଡ଼ା, କରଞ୍ଜମାଳ ଆଦି ଅଞ୍ଚଳରୁ ଏହି ଗ୍ୟାଙ୍ଗ ବାଇକ୍ ଲୁଟ କରି ବିକ୍ରି କରୁଥିବା ଅନୁମାନ କରାଯାଉଛି।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.