ନୂଆଦିଲ୍ଲୀ, ୨୮/୧୧ : ଭୁବନେଶ୍ବର କୁମାରଙ୍କୁ ଆଇପିଏଲ୍ ୨୦୨୫ର ମେଗା ଅକ୍ସନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୦.୭୫କୋଟି ଟଙ୍କାରେ କିଣିଛି । ଏହି ନିଲାମୀ ଫଳରେ ଭୁବନେଶ୍ବର କୁମାରଙ୍କ ସନରାଇଜର୍ସ ସହ ୧୧ବର୍ଷ ପୁରୁଣା ସମ୍ପର୍କ ଛିନ୍ନ ହୋଇଛି । ଭୁବି ଗତ ସିଜନରେ ସନରାଇଜର୍ସ ହାଇଦ୍ରାବାଦର ଭାଗିଦାରୀ ଥିଲେ । କିନ୍ତୁ ଟିମ୍ ତାଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା । ଏବେ ଟିମରୁ ବାହାରିବା ପରେ ଭୁବନେଶ୍ବର ଇମୋଶନାଲ ପୋଷ୍ଟ କରି ହାଇଦ୍ରାବାଦକୁ ଅଲବିଦା କହିଛନ୍ତି ।
ପ୍ରକାଶ ଯେ, ଭୁବନେଶ୍ବର କୁମାର ୨୦୧୪ରୁ ସନରାଇଜର୍ସ ହାଇଦ୍ରାବାଦର ଭାଗିଦାରୀ ଅଟନ୍ତି । ସେ ଟିମ୍ ସହ ପୂରା ୧୧ବର୍ଷ ବିତାଇଛନ୍ତି । ଏବେ ୧୧ବର୍ଷର ସମ୍ପର୍କ ଛିନ୍ନ କରିବା ପରେ ଭାରତୀୟ ବୋଲର ହାଇଦ୍ରାବାଦକୁ ଇମୋଶନାଲ ଅନ୍ଦାଜରେ ଅଲବିଦା କହିଛନ୍ତି ।
ଭୁବି ସୋସିଆଲ ମିଡ଼ିଆ ମାଧ୍ୟରେ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ଭୁବନେଶ୍ବର ୧୧ବର୍ଷ ହାଇଦ୍ରାବାଦ ସହ ବିତାଇଥିବା କିଛି ବିଶେଷ ମୂହୁର୍ତ୍ତକୁ ସେୟାର କରିଛନ୍ତି । ଭିଡ଼ିଓରେ ଭୁବନେଶ୍ବର କୁମାର ଅଧିକ ପଡ଼ିଆ ବାହାରର ବିଶେଷ ମୂହୁର୍ତ୍ତକୁ ସେୟାର କରିଛନ୍ତି । ଭିଡ଼ିଓରେ କ୍ୟାପ୍ସନରେ ଭୁବି ଲେଖିଛନ୍ତି କି, ଏସଆରଏଚଙ୍କ ସହ ୧୧ଅବିଶ୍ବସନୀୟ ବର୍ଷ ପରେ ମୁଁ ଏହି ଟିମକୁ ଅଲବିଦା କହିବାକୁ ଚାହୁଁଛି । ମୋ ପାଖରେ ବହୁତ ନ ଭୁଲିବା ସ୍ମୃତି ଅଛି । ଗୋଟିଏ ଜିନିଷ ଯାହା ଅବିସ୍ମରଣୀୟ ତାହା ଅଟେ ଫ୍ୟାନ୍ସଙ୍କ ଭଲପାଇବା । ଆପଣମାନଙ୍କ ସପୋର୍ଟ ସବୁବେଳେ ମିଳିଛି । ମୁଁ ଏହି ଭଲ ପାଇବା ଏବଂ ସପୋର୍ଟକୁ ସବୁବେଳେ ନିଜ ସାଥିରେ ରଖିବି ।’