ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଏଆର ରହମାନ ଓ ପତ୍ନୀ ସାୟରାଙ୍କ ମଧ୍ୟରେ ହୋଇପାରେ ସମାଧାନ ? ଓକିଲ କହିଲେ ...

Published By : Prameya | November 28, 2024 11:12 PM

ମୁମ୍ୱାଇ : ସେମାନଙ୍କ ମଧ୍ୟରେ ଥିବା ୨୯ବର୍ଷର ବୈବାହିକ ଜୀବନରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ସେମାନେ ପରସ୍ପର ଠାରୁ ହୋଇଯିବେ ଅଲଗା । ଏହିକଥା ନିକଟରେ  ଏଆର ରହମାନ ଓ ତାଙ୍କର ପତ୍ନୀ ସାୟରା ବାନୋ ଘୋଷଣା କରିଥିଲେ।ଯେଉଁଥି ପାଇଁ ସେମାନେ ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି। ଏହି ଖବରରେ ଏଆର ରହମାନଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା ଲାଗିଥିଲା। ଏବେ ଦୁହେଁ ଅଲଗା ହେବା ଖବର ଭିତରେ ତାଙ୍କର ଓକିଲ  ବନ୍ଦନା ଶାହ, ଏଆର ରହମାନ – ସାୟରାଙ୍କ ପିଲାଙ୍କର କଷ୍ଟଡିରୁ ନେଇ ତାଙ୍କର ସଂପର୍କ ବିଷୟରେ କଥାବାର୍ତ୍ତା ହୋଇ ଥିଲେ। ସେ ଏକ ପୋଡକାଷ୍ଟରେ କହିଥିଲେ, ସେ ଏହା କହି ନାହାନ୍ତି କି ଦୁହିଁଙ୍କ ମଧ୍ୟରେ ସମାଧନ ହୋଇ ପାରିବ ନାହିଁ। 

ଭିକ୍କି ଲାଲବାନୀଙ୍କର ୟୁଟ୍ୟୁବ୍ ଚ୍ୟାନେଲରେ ବନ୍ଦନା ଶାହ, ଏଆର ରହମାନ ଓ ସାୟରା ବାନୋଙ୍କ ଅଲଗା ହେବାର ନିଷ୍ପତ୍ତିକୁ ନେଇ ଆଲୋଚନା କରି ଛନ୍ତି। ଏହି ସମୟରେ ତାଙ୍କୁ ପଚରା ଯାଇଥିଲା କି ,ଯଦି ଉଭୟ ଛାଡ଼ପତ୍ର ନିଅନ୍ତି ତ ପିଲାଙ୍କ କଷ୍ଟଡି କାହାକୁ ମିଳିବ ? ଏହି ପ୍ରଶ୍ନର ଜବାବ ଦେଇ  ବନ୍ଦନା କହିଥିଲେ- ପିଲାଙ୍କ କଷ୍ଟଡିକୁ ନେଇ ଏବେ କିଛି ସ୍ଥିର କରାଯାଇ ନାହିଁ। ଏହା  ସ୍ଥିର ହେବା ଏବେ ବାକି ଅଛି । କିନ୍ତୁ ତାଙ୍କର ଯେଉଁ ପିଲା ଆଡଲଟ୍‌ ଅଛନ୍ତି , ସେ ନିଜେ ସ୍ଥିର କରି ପାରିବେ କି ତାଙ୍କୁ କାହା ସହ ରହିବାର ଅଛି। 

ବନ୍ଦନାଙ୍କୁ ପଚରା ଯାଇଥିଲା କି, ଏହି କେସ୍‌ରେ ସାୟରାଙ୍କୁ ଏଲିମନି ମିଳିବ? ବନ୍ଦନା କହିଛନ୍ତି ଯେ, ସେ ଏହି ବିଷୟରେ ଟିପ୍ପଣୀ କରିବାକୁ ଚାହାନ୍ତି ନାହିଁ । ସାୟରାଙ୍କୁ ସପୋର୍ଟ କରି ବନ୍ଦନା କହିଛନ୍ତି , ସାୟରା ସେମାନଙ୍କ ଭିତରେ ନୁହନ୍ତି ,ଯାହାଙ୍କୁ ଟଙ୍କାର ନେଣଦେଣ ରହିଛି। ସେମାନେ ଦୁହେଁ  ଦୀର୍ଘ ୨୯ ବର୍ଷ ଧରି ବୈବାହିତ ସଂପର୍କରେ ଥିଲେ। କେହି ବି ସାୟରାଙ୍କ ବିଷୟରେ କେବେ ପବ୍ଲିକ୍‌ରେ ଅଧିକ ଶୁଣି ନଥିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.