ପ୍ରମୂଖ ଖବର
  • କୁଚିଣ୍ଡା : ୪ ବାଇକ୍‌ ଲୁଟେରା ଗିରଫ, ୯ ବାଇକ୍‌ ଜବତ
  • ||
  • ଆନନ୍ଦପୁର : ବାତୋ ଗାଁରେ ଅଘଟଣ, ଟ୍ରାକ୍ଟର ତଳେ ଚାପିହୋଇ ନାବାଳକ ମୃତ
  • ||
  • ରାଜଧାନୀରୁ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
  • ||
  • କୋରାପୁଟ : ମାଲ ଗାଡ଼ି ଟ୍ରେନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ଶୀତରେ ଥରୁଛି ଜି ଉଦୟଗିରି, ୬.୨ ଡିଗ୍ରୀକୁ ଖସିଲା ତାପମାତ୍ରା
  • ||
  • ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ମହିଳା ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍ ଗ୍ରୀନ୍‌ କ୍ଲିନ୍ ଜାରି, ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପଦ୍ମପୁର : ନିଆଁ ଲାଗି ପୋଡ଼ିଗଲା ଦଶ ଏକର ଜମିର ଧାନ ଫସଲ, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍,ସାମିଲ୍ ହେବେ ବହୁ ନେତା
  • ||
  • ଚଣ୍ଡିଖୋଲ : ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୩ ଗୁରୁତର
  • ||
  • ବ୍ରହ୍ମପୁର : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ
  • ||
  • ରାଜ୍ୟରେ କମିବ ଥଣ୍ଡା, ୩ ଦିନରେ ରାତି ତାପମାତ୍ରା ୪ଡିଗ୍ରୀ ବଢ଼ିପାରେ: ବାତ୍ୟା ପ୍ରଭାବରେ କାଁ ଭାଁ ବର୍ଷା ସମ୍ଭାବନା
  • ||

ଦ୍ବିତୀୟ ଟେଷ୍ଟ ଏଡିଲେଡ୍‌ରେ, ତେବେ କାହିଁକି କାନବେରା ଗଲା ଟିମ୍‌ ଇଣ୍ଡିଆ?

Image source: BCCI

ନୂଆଦିଲ୍ଲୀ,୨୮/୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ଦ୍ବି୍ତୀୟ ମ୍ୟାଚ୍‌ ଏଡିଲେଡ୍‌ରେ ଖେଳାଯିବ। ତେବେ ତମାମ ମ୍ୟାଚ୍‌ ଡିସେମ୍ବର ୬ ତାରିଖରୁ ଖେଳାଯିବ। କିନ୍ତୁ ଟିମ୍‌ ଇଣ୍ଡିଆ ଏହା ପୂର୍ବରୁ କାନବେରା ପହଞ୍ଚିଯାଇଛି। ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ଋଷଭ ପନ୍ତଙ୍କ ସମେତ ସମସ୍ତ ଖେଳାଳି କୈନଓ୍ବରାରେ ପହଞ୍ଚିଥିଲେ। ବିସିସିଆଇ ମଧ୍ୟ ଏହାର ଏକ ଭିଡିଓ ସେୟାର କରିଛି। ଟିମ୍ ଇଣ୍ଡିଆର କିଛି ଖେଳାଳି ଏଠାରେ ୱାର୍ମ ଅପ୍ ମ୍ୟାଚ୍ ରେ ଅଂଶଗ୍ରହଣ କରିବେ। 

ସୂଚନାଥାଉକି, କାନବେରାରେ ଦୁଇ ଦିନିଆ ୱାର୍ମ ଅପ୍ ମ୍ୟାଚ୍ ଆୟୋଜିତ ହେବ। ଏହି ମ୍ୟାଚ୍ ପ୍ରାଇମମିନିଷ୍ଟର ଇଲେଭେନ ଏବଂ ଭାରତ ଏ ମଧ୍ୟରେ ଖେଳାଯିବ। ମିଡିଆ ରିପୋର୍ଟ ଅନୁଯାୟୀ ଟିମ୍ ଇଣ୍ଡିଆ ଖେଳାଳିମାନେ ମଧ୍ୟ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଏହି କାରଣରୁ ଟିମ୍ ଇଣ୍ଡିଆ ଏଡିଲେଡ୍ ପୂର୍ବରୁ କାନବେରାରେ ପହଞ୍ଚିଛି। ୱାର୍ମ ଅପ୍ ମ୍ୟାଚ୍ ୩୦ ନଭେମ୍ବରରୁ ୧ ଡିସେମ୍ବର ପର୍ଯ୍ୟନ୍ତ ଖେଳାଯିବ। ଏହି ମ୍ୟାଚ୍ ମନୁକା ଓଭାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। 

ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଖେଳି ନଥିଲେ। କିନ୍ତୁ ବର୍ତ୍ତମାନ ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇଛନ୍ତି। ରୋହିତ ଦ୍ୱିତୀୟ ଟେଷ୍ଟର ଚୁଡ଼ାନ୍ତ ଏକାଦଶରେ ଅଂଶଗ୍ରହଣ କରିବେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋହିତଙ୍କ ଆଗମନ ପରେ କିଏ ଦଳରୁ ବାଦ୍‌ ପଡ଼ିବେ? ଜସପ୍ରୀତ ବୁମ୍ରାଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତିଥିଲା। ପର୍ଥରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୨୯୫ ରନ୍‌ରେ ପରାସ୍ତ କରିଥିଲା।

କହିରଖୁଛୁ ଯେ, ଅଷ୍ଟ୍ରେଲିଆ ଏହାର ପ୍ରାଇମ ମିନିଷ୍ଟର ଇଲେଭେନ୍ ଘୋଷଣା କରିଛି। ଦଳ ଜ୍ୟାକ୍ ଏଡୱାର୍ଡସଙ୍କ ଅଧିନାୟକତ୍ୱରେ ଖେଳିବ। ଚାର୍ଲି ଆଣ୍ଡରସନ୍, ସ୍କଟ୍ ବୋଲାଣ୍ଡ, ଏଡି୦ନ୍ ଓ’କାନୋର ଏବଂ ସାମ୍ ହାରପର୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ତେବେ ଭାରତ ଏ’ର ଖେଳୁଥିବା ଏକାଦଶ ଏପର୍ଯ୍ୟନ୍ତ ଭାରତ ଘୋଷଣା କରିନାହିଁ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏଥି ସହିତ କେବଳ ଗୋଟିଏ ୱାର୍ମ ଅପ୍ ମ୍ୟାଚ୍ ମଧ୍ୟ ଖେଳାଯିବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.