ପ୍ରମୂଖ ଖବର
  • ବୌଦ୍ଧ : ସାପ୍ତାହିକ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ
  • ||
  • ଯାଜପୁର : ୨ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର
  • ||
  • ଇଣ୍ଡିଆ-ଇଂଲଣ୍ଡ ୱାନ୍‌ ଡେ ମ୍ୟାଚ୍‌ ପାଇଁ ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଉନ୍ମୋଚନ କଲେ ଓଡ଼ିଆ ଥିମ୍‌ ସଙ୍ଗ୍‌
  • ||
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

ବିଶ୍ୱର ବଡ଼ ବଡ଼ ମହାନଗରୀର ରେଳ ଷ୍ଟେସନକୁ ଟକ୍କର ଦେବ ଭୁବନେଶ୍ୱର ରେଳ ଷ୍ଟେସନ, ଯାତ୍ରୀ ପାଇବେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସୁବିଧା

Published By : Prameya | January 31, 2025 3:38 PM

ଭୁବନେଶ୍ୱର, ୩୧।୧: ଡବଲ୍‌ ଇଞ୍ଜିନ ସରକାର ଆସିବା ପରେ ଦୀର୍ଘ ଦିନ ହେବ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ । ବିଶ୍ୱର ବଡ଼ ବଡ଼ ମହାନଗରୀର ରେଳ ଷ୍ଟେସନକୁ ଦେବ ଟକ୍କର । ନିର୍ମାଣ ହେବ ଏଲିଭେଟେଡ୍‌ ଡ୍ରାଇଭ୍‌ ୱେ । ରେଳ ଷ୍ଟେସନକୁ ଯାତ୍ରୀମାନେ କାରରେ ଯାଇ ପ୍ରଥମ ମହଲାରେ ଓହ୍ଲାଇବେ । ଏସ୍କାଲେଟର୍‌ ଓ ଲିଫ୍ଟ ଯୋଗେ ଯେ କୌଣସି ପ୍ଲାଟଫର୍ମରେ ପହଞ୍ଚିବା ହେବ ସହଜ । ଯାତ୍ରୀମାନଙ୍କ ପାଇଁ ରେଲୱେ ଷ୍ଟେସନରେ ରହିବ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସୁବିଧା । ଏବେ ସ୍ମାର୍ଟ୍‌ ସିଟି ଭୁବନେଶ୍ୱରରେ ଗଢ଼ି ଉଠିବ ସ୍ମାର୍ଟ ରେଲୱେ ଷ୍ଟେସନ । ଏବେ ଭୁବନେଶ୍ୱର ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ନିର୍ମାଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅନୁମତି ମିଳିବା ପରେ ଭୁବନେଶ୍ୱର ଷ୍ଟେସନକୁ ଯିବା ପାଇଁ ଏଲିଭେଟେଡ୍‌ ଡ୍ରାଇଭ୍‌ ୱେ ନିର୍ମାଣ କାମ ଆଗେଇବ । ଫଳରେ ଷ୍ଟେସନକୁ ଯାତ୍ରୀମାନେ କାରରେ ଯାଇ ପ୍ରଥମ ମହଲାରେ ଓହ୍ଲାଇବେ । ପ୍ରଥମ ମହଲାରୁ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମକୁ ଏସ୍କାଲେଟର୍‌ କିମ୍ବା ଲିଫ୍ଟ ଯୋଗେ ପହଞ୍ଚିପାରିବେ । 

ଦୀର୍ଘ ଦିନ ହେବ ମାତ୍ର ୧.୨୩ ଏକର ଜମି ନେଇ ଲାଗି ରହିଥିଲା ସମସ୍ୟା । ଯାହାର ସମାଧାନ ହେବା ପରେ ଭୁବନେଶ୍ୱର ହେବ ବିଶ୍ୱସ୍ତରୀୟ ଷ୍ଟେସନର ମାନ୍ୟତା । ଏଲିଭେଟେଡ୍‌ ଡ୍ରାଇଭ୍‌ ୱେ ନିର୍ମାଣ ପାଇଁ ଅନୁମତି ମିଳିବା ପରେ ବିଡିଏ ଦ୍ୱାରା ଆବଣ୍ଟିତ ଜମିରେ ଏଲିଭେଟେଡ୍‌ ପ୍ରବେଶ ଏବଂ ପ୍ରସ୍ଥାନ ପଥ ନିର୍ମାଣ ହେବ । ଏହି ପଦକ୍ଷେପ ପୂର୍ବତଟ ରେଳପଥ ଏବଂ ବିଡିଏ ମଧ୍ୟରେ ସହଭାଗିତାରେ କାମ ହେବ । ଏହା ସହିତ ଷ୍ଟେସନ ପରିସରରେ ପାର୍କିଂ କ୍ଷେତ୍ର ଏବଂ ବାଣିଜ୍ୟିକ ସ୍ଥାନଗୁଡ଼ିକର ବିକାଶ କରାଯିବ । ୨୦୨୫ ଅଗଷ୍ଟରୁ ନୂଆ ରୂପରେ ଦେଖିବାକୁ ମିଳିବ ଭୁବନେଶ୍ୱର ରେଳ ଷ୍ଟେସନ । ଭୁବନେଶ୍ୱରରେ ନିର୍ମାଣ ହେବାକୁ ଯାଉଥିବା ଏହି ସ୍ମାର୍ଟ ଷ୍ଟେସନର ବିକାଶରେ ଖର୍ଚ୍ଚ ହେବ ୪୧୯ କୋଟି ଟଙ୍କା । ମାଷ୍ଟରକ୍ୟାଣ୍ଟିନ ଛକକୁ ଏକ ମଲ୍ଟି ମୋଡାଲ ହବ୍‌ରେ ପରିଣତ କରିବାକୁ ପ୍ରସ୍ତୁତ ହୋଇସାରିଛି ନକ୍ସା । ଆଗକୁ ରେଳ ଷ୍ଟେସନରେ ମାର୍କେଟ୍‌ କମ୍ପେ୍ଲକ୍ସ ତଥା ଆଖି ଝଲସାଇବା ଭଳି ମଲ୍‌ କରିବାକୁ ଯୋଜନା କରୁଛି ବିଡିଏ । ଯାତ୍ରୀମାନେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସୁବିଧା ପାଇବେ । 

ବିମାନବନ୍ଦର ଟର୍ମିନାଲ ଭଳି ଡିଜାଇନ୍‌ ଥିବା ଯାତ୍ରୀ ଚଳପ୍ରଚଳ କ୍ଷେତ୍ର, ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ, ବ୍ୟାଗେଜ୍ ସୁରକ୍ଷା ଯାଞ୍ଚ କ୍ଷେତ୍ର, ସୂଚନା କେନ୍ଦ୍ର, ଫୁଡ୍ ପ୍ଲାଜା, ୱେଟିଙ୍ଗ୍ ଏରିଆ ପ୍ରତୀକ୍ଷା ଅଞ୍ଚଳ ତିଆରି ହେବ । ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ ଭାରତୀୟ ରେଳ ଅମୃତ ଷ୍ଟେସନ ଯୋଜନାର ଅର୍ନ୍ତଭୁକ୍ତ । ବିଶ୍ୱର ବଡ଼ ବଡ଼ ମହାନଗରୀଗୁଡ଼ିକର ରେଳ ଷ୍ଟେସନରେ ଖଞ୍ଜା ଯାଇଥିବା ସମସ୍ତ ସୁବିଧା ସୁଯୋଗ ଏଠାରେ ମିଳିବ । ଦୁଇ ଗୁଣରୁ ଅଧିକ ହେବ ଯାତ୍ରୀ ସେବା କ୍ଷମତା । ବର୍ତ୍ତମାନ ଭୁବନେଶ୍ୱର ଷ୍ଟେସନରେ ଦୈନିକ ପାଖାପାଖି ୭୦ରୁ ୮୦ ହଜାର ଲୋକଙ୍କ ଚଳାଚଳ ଥିବାବେଳେ ଏହା ୧ ଲକ୍ଷ ୪୪ ହଜାରକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଆଗାମୀ ଦିନରେ ଭୁବନେଶ୍ୱର ଷ୍ଟେସନର ପ୍ରବେଶ ପଥକୁ ଯିବାକୁ ଥିବା ରାସ୍ତା ନିର୍ମାଣ ସହ ସୌନ୍ଦର୍ଯ୍ୟକରଣ କରାଯିବ । କାର୍‌, ବାଇକ୍‌ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା ରହିବ । ଏବେ ସୁଦ୍ଧା ମୁଖ୍ୟ ପ୍ରବେଶ ପଥରେ ଥିବା କୋଠାର ତଳ ମହଲା ସହ ୪ ମହଲା ଏବଂ କଟକ ରୋଡ୍‌ ପାଶ୍ୱର୍ର ତଳ ମହଲା ସହ ଦୁଇ ମହଲା ବିଲ୍ଡିଂ କାର୍ଯ୍ୟ ଶେଷ ହୋଇଛି । ଉଭୟ ପାର୍ଶ୍ୱର କାମ ସରିଥିବା ବେଳେ ଏବେ ଆଭ୍ୟନ୍ତରୀଣ କାର୍ଯ୍ୟ ଜାରି ରହିଛି । ଆସନ୍ତା ଅଗଷ୍ଟରୁ ନୂଆ ରୂପରେ ଦେଖିବାକୁ ମିଳିବ ଭୁବନେଶ୍ୱର ରେଳ ଷ୍ଟେସନ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.