ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ମେଟ୍ରୋ ରେଳ ପାଇଁ ବାରଙ୍ଗରେ ମାଟି ପରୀକ୍ଷା, ଖୁବ୍‌ଶୀଘ୍ର ଆରମ୍ଭ ହେବ ପିଲର ନିର୍ମାଣ

ବାରଙ୍ଗ,୦୯/୦୯: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବାରଙ୍ଗରେ ମାଟି ପରୀକ୍ଷା ଆରମ୍ଭ  ହୋଇଛି । ବରଙ୍ଗ ବ୍ଲକ ଛକ ଠାରୁ ବଛିପୁର ପର୍ଯ୍ୟନ୍ତ ଶହେ ମିଟର ଅନ୍ତରରେ ପ୍ରାୟ ୮ରୁ  ୧୦ଟି ମେସିନ ସାହାଯ୍ୟରେ ଖୋଳାଯାଇ ମାଟି ପରୀକ୍ଷା ଆରମ୍ଭ ହୋଇଛି । ଦୁଇରୁ ତିନି ମାସ ମଧ୍ୟରେ ମାଟି ପରୀକ୍ଷା ଶେଷ ହେବା ପରେ ପିଲର କାର୍ଯ୍ୟ ଆରମ୍ଭ ହେବ । ଦୁଇ ରାସ୍ତାର ମଧ୍ୟ ଭାଗରେ ପିଲର କାର୍ଯ୍ୟ ଆରମ୍ଭ ହେବ ବୋଲି କାର୍ଯ୍ୟରତ  ଜଣେ କର୍ମଚାରୀଙ୍କ ଠାରୁ ଜଣାପଡ଼ିଛି । 

ସୂଚନା ଯୋଗ୍ୟ,  ଭୁବନେଶ୍ୱରରୁ କଟକ ଭାୟା ବାରଙ୍ଗ ରାସ୍ତାରେ ମେଟ୍ରୋ  ଟ୍ରେନ ଚଳାଚଳ କରିବ । ଭିଡ଼କୁ ନିୟନ୍ତ୍ରଣ, ରାସ୍ତା ଦ୍ୱରତ୍ୱ  କମ୍‌ ଓ କମ ସମୟ ମଧ୍ୟରେ ଗମନା ଗମନ ସହଜ ହୋଇପାରିବ । ବିଶେଷ କରି ଅନ୍ୟ  ଜିଲ୍ଲାରୁ ଲୋକ ମାନଙ୍କର ଭୁବନେଶ୍ୱର ବିମାନ ବନ୍ଦର ଠାରୁ କଟକ ହାଇକୋର୍ଟକୁ ଯାତାୟାତ  ସହଜ ହୋଇପାରିବ । ବିମାନବନ୍ଦର ଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର  ରାସ୍ତାରେ ୨୦ଟି ଷ୍ଟେସନ ନିର୍ମାଣ କରାଯିବ । କିଟ୍‌ ଛକ ଠାରୁ ତ୍ରିଶୂଳିଆ ମୋ-ବସ୍‌ ଷ୍ଟାଣ୍ଡ  ପର୍ଯ୍ୟନ୍ତ ଦିଲ୍ଲୀର ଏକ କମ୍ପାନୀ ରାସ୍ତା ନିର୍ମାଣ ଦାୟିତ୍ୱ ନେଇଛନ୍ତି । ଗତ ଅଗଷ୍ଟ ୨୪ରେ  କମ୍ପାନୀ ପାଖରୁ ବାରଙ୍ଗ ଆନନ୍ଦବଜାର ଗୋଲେଇ ଛକରେ ଭୂମିପୂଜନ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.