ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ

Published By : Prameya | February 8, 2025 8:22 AM

ପୁରୀ, ୦୮/୦୨: ଶନିବାର ଭୌମ ଏକାଦଶୀ । ଶ୍ରୀମନ୍ଦିରରେ ବିଶେଷ ନୀତି ଥିବାରୁ ଗୋଟିଏ ଦିନ ପାଇଁ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ। ଏନେଇ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଏବେ ଭିତର ଓ ବାହାର ରତ୍ନଭଣ୍ଡାର ଭିତର  ପାଶ୍ୱର୍ ମରାମତି କାମ ଚାଲିଥିବା ବେଳେ ବାହାର  ପାଶ୍ୱର୍ରୁ ମଧ୍ୟ ପ୍ଲାଷ୍ଟର ଛଡ଼ାଇବା କାମ ଆରମ୍ଭ ହୋଇଛି ।  ଭିତର ରତ୍ନଭଣ୍ଡାର ଭିତର ପାଶ୍ୱର୍ କାନ୍ଥ ଓ ଛାତରୁ  ପ୍ଲାଷ୍ଟର ଛଡ଼ା ଯାଇ କେମିକାଲ ଟ୍ରିଟମେଣ୍ଟ କରାଯାଉଛି ।  ନଷ୍ଟ ପଥର ବଦଳ କରାଯାଇଛି । ପଥର ଜଏଣ୍ଟଗୁଡ଼ିକୁ  ପୁନଃ ସ୍ୱତନ୍ତ୍ର ସିମେଣ୍ଟ ପ୍ରଲେପ ଦେଇ ଯୋଡେଇ  କରାଯାଇଛି। ମୂଷା ଗାତଗୁଡ଼ିକୁ ବୁଜା ଯାଇଛି । କାମକୁ  ଜୋର୍‌ଦାର୍‌ କରି ନିର୍ଦ୍ଧାରିତ ସମୟରେ ଶେଷ କରାଯିବ  ବୋଲି ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି । 

୩ ମାସ ଭିତରେ ରତ୍ନଭଣ୍ଡାର ମରାମତି  ସାରିବାକୁ ଏଏସ୍‌ଆଇ ସମୟ ନେଇଛି । ଡିସେମ୍ବର ୧୭ରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହୋଇଥିଲା । ଏହା ଭିତରେ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ  ଅତିକ୍ରାନ୍ତ ହୋଇଯାଇଛି । ତେଣୁ ରତ୍ନଭଣ୍ଡାର  ମରାମତି ଲାଗି ଆଉ ଦେଢ଼ ମାସ ସମୟ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.