ପ୍ରମୂଖ ଖବର
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଭରତପୁର ଥାନାରେ ହଙ୍ଗାମା ଘଟଣା: ରବିବାର ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ୍ ଟିମ୍, ନିଲମ୍ବିତ ଥାନା ଅଧିକାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ବର ୨୮/୦୯: ଭରତପୁର ଥାନାରେ ମେଜର ଏବଂ ବାନ୍ଧବୀ ବିବାଦ ମାମଲା। ରବିବାର ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ୍ ଟିମ୍ । ଭରତପୁର ଥାନାର ନିଲମ୍ବିତ ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ନେଇ ଗୁଜରାଟ ଅଭିମୁଖେ ବାହାରିବ କ୍ରାଇମବ୍ରାଞ୍ଚ୍ ଟିମ୍। ସୋମବାର ଗାନ୍ଧୀନଗର ହେବ ନାର୍କୋ ଆନାଲିସିସ୍‌ ,ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଂ ଓ ପଲିଗ୍ରାଫ ଟେଷ୍ଟ ହେବ। ପୂର୍ବରୁ ନିଲମ୍ବିତ ଭରତପୁର ପୂର୍ବତନ  ଆଇଆଇସି ଦୀନକୃଷ୍ଣ ମିଶ୍ର ମଧ୍ୟ ଏହି ପଲିଗ୍ରାଫ୍‌  ପରୀକ୍ଷା ପାଇଁ ରାଜି ହୋଇଥିଲେ । ଅଦାଲତ ଗତ ୨୫ ତାରିଖରେ ପଲିଗ୍ରାଫ୍‌ ସହ ବ୍ରେନ୍‌ ଫିଙ୍ଗର  ପ୍ରିଣ୍ଟିଂ ଓ ନାର୍କୋ ଆନାଲିସିସ୍‌ ପରୀକ୍ଷା ପାଇଁ  କ୍ରାଇମ୍‌ବ୍ରାଞ୍ଚକୁ ଅନୁମତି ଦେଇଥିଲେ । 

ଏହି ଘଟଣାରେ  ନିଲମ୍ବିତ ୩ ମହିଳା ପୁଲିସ ଅଧିକାରୀଙ୍କ ସମେତ ୪ଜଣ ପୁଲିସ ମିଛଧରା (ପଲିଗ୍ରାଫ) ପରୀକ୍ଷାର  ସାମ୍ନା କରିବେ । ଏନେଇ ସ୍ଥାନୀୟ ଏସ୍‌ଡିଜେଏମ୍‌  ସୌମରଞ୍ଜନ ନାୟକ ଶୁକ୍ରବାର ଅନୁମତି ଦେଇଛନ୍ତି ।  ନିଲମ୍ବିତ ହୋଇଥିବା ପୁଲିସ ସବ୍‌ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲିଳାମୟୀ ସାହୁ, ଏଏସ୍‌ଆଇ ସାଗରିକା ରଥ ଓ ଏସ୍‌ଆଇ ପ୍ରଶାନ୍ତ । ଏସ୍‌ଆଇ ଶ୍ରୀ ମହାରଣା ଘଟଣାଦିନ ରାତିରେ  ଭରତପୁର ଥାନାରେ ଉପସ୍ଥିତ ଥିଲେ । ସେ  ପ୍ରତ୍ୟକ୍ଷର୍ଦଶୀ ହିସାବରେ ପଲିଗ୍ରାଫ୍‌ ପରୀକ୍ଷାର ସାମ୍ନା କରିବେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.