ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଏବେ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ୍‌, ଭାରତ-ଇଂଲଣ୍ଡ ମ୍ୟାଚ ପରେ ହେବ ଷ୍ଟାଡିୟମ୍‌ର ନବକଳେବର

କଟକ,୨୧/୦୬: ବାରବାଟୀ ଷ୍ଟାଡିୟମ୍‌ରେ  ଆସନ୍ତା ବର୍ଷ ଫେବ୍ରୁଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ତେଣୁ  ଏହା ପୂର୍ବରୁ ଷ୍ଟାଡିୟମ୍‌ ନବକଳେବର କାର୍ଯ୍ୟ କିମ୍ବା  ଷ୍ଟାଡିୟମ୍‌ର କୌଣସି ଭାଗ ଭଙ୍ଗା ଯିବନାହିଁ । ମ୍ୟାଚ  ପରେ ନବକଳେବର କାମ ଆରମ୍ଭ ହେବ । ଆଗାମୀ  ୭ ମାସ ଧରି ଦିନିକିଆ ଅନ୍ତର୍ଜତୀୟ ମ୍ୟାଚ ପାଇଁ  ପ୍ରସ୍ତୁତି କରାଯିବ ବୋଲି ଓଡ଼ିଶା କ୍ରିକେଟ୍‌ ସଂଘ  (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ  କରିଛନ୍ତି । 

ବାରବାଟୀ ଷ୍ଟାଡିୟମ୍‌କୁ ଦିନିକିଆ ମ୍ୟାଚ ମିଳିବା  ପରେ ସାଧାରଣ ଜନତା ଓ କ୍ରିକେଟପ୍ରେମୀଙ୍କ  ମନରେ ଷ୍ଟାଡିୟମ୍‌ ନବକଳେବର କାମକୁ ନେଇ  ପ୍ରଶ୍ନ ଉଠିଛି । ଷ୍ଟାଡିୟମ୍‌ ନୂଆ ରୂପ ନେବ କି  ନାହିଁ? ଯଦି ନବକଳେବର କାମ ହୁଏ ତେବେ  ମ୍ୟାଚ ହେବ କି ନାହିଁ? ଯେହେତୁ ଷ୍ଟାଡିୟମ୍‌  କାମ ଅତିକମ୍‌ରେ ତିନିବର୍ଷ ଲାଗିବ ତେଣୁ  ଅନ୍ତର୍ଜାତୀୟ ମ୍ୟାଚକୁ ପ୍ରାଥମିକତା ଦିଆଯାଇଛି ।  ତା’ଛଡ଼ା ଷ୍ଟାଡିୟମ୍‌ ନବକଳେବର ଲାଗି ଏପର୍ଯ୍ୟନ୍ତ  ବଜେଟ୍‌ ଅନୁମୋଦିତ ହୋଇନାହିଁ । ୬୦୦  କୋଟି ଟଙ୍କାରେ ନୂଆ କରି ନିର୍ମାଣ କରାଯିବାକୁ  ଥିବା ବାରବାଟୀ ଷ୍ଟାଡିୟମ୍‌ ଲାଗି ଉଭୟ ରାଜ୍ୟ  ସରକାର ଓ ବିସିସିଆଇର ସହାୟତା ନେବ  ଓସିଏ । ଯେହେତୁ ନିକଟରେ ସରକାର ବଦଳିଛି  ତେଣୁ ଅନୁଦାନ ମିଳିବା ନେଇ ଏବେ ଓସିଏକୁ  ଏତେ ସହଜ ହେବନାହିଁ । ତେଣୁ ନବକଳେବର  କାମକୁ ସ୍ଥଗିତ ରଖିବାକୁ ଓସିଏ ଯୋଜନା କରିଛି । 

ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୭ରେ  ବାରବାଟୀ ନବକଳେବର ପ୍ରକଳ୍ପର ଶିଳାନ୍ୟାସ  କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ, ଅନ୍ତର୍ଜାତୀୟ କ୍ରିକେଟର୍‌ ଇର୍ଫାନ୍‌  ପଠାନ୍‌, ପ୍ରଜ୍ଞାନ୍‌ ଓଝା, ଆଇପିଏଲ୍‌ ଗଭର୍ଣ୍ଣିଂ  କାଉନସିଲ ଅଧ୍ୟକ୍ଷ ଅରୁଣ ସିଂହ ଧୂମାଲ ପ୍ରମୁଖ  ଯୋଗ ଦେଇଥିଲେ । ଓଡ଼ିଶା ସରକାର, ବିସିସିଆଇ  ଓ ଓସିଏ ମିଳିତ ଭାବେ ଏହି ଷ୍ଟାଡିୟମ୍‌ର  ନବକଳେବର ବାବଦରେ ଖର୍ଚ୍ଚ କରିବେ ବୋଲି  ଘୋଷଣା କରାଯାଇଥିଲା । ଷ୍ଟାଡିୟମ୍‌ର ଦର୍ଶକ  ଧାରଣ କ୍ଷମତା ୬୦ହଜାରକୁ ବୃଦ୍ଧି ହେବ ।  

ଏହାସହ ଭାରତର ପ୍ରଥମ ଇନ୍‌ଡୋର କ୍ରିକେଟ  ଷ୍ଟାଡିୟମ୍‌ ଭାବେ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ  କରିବାକୁ ବି ଓସିଏ ଲକ୍ଷ୍ୟ ରଖିଛି । କିନ୍ତୁ ଏହା  ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ ଜମି ମାଲିକାନା  ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ୍‌(ଓଓଏ) ହାତକୁ  ଆଣିବାକୁ ଯୋଜନା କରାଯାଇଥିଲା । ଓଓଏ ତରଫରୁ  ଏନେଇ ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କୁ  ପ୍ରସ୍ତାବ ଦିଆଯାଇଥିଲା । ବିଜେଡି ସରକାରର ଶେଷ କ୍ୟାବିନେଟ୍‌ରେ ଓଓଏକୁ ଜମି ହସ୍ତାନ୍ତର କରିବା  ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରଶାସନ ତରଫରୁ  ଏନେଇ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି । ଏଭଳି  ସ୍ଥିତିରେ ବାରବାଟୀ ନବକଳେବର ଲାଗି କେବଳ  ଅନୁଦାନର ଅପେକ୍ଷା ରହିଛି । କିନ୍ତୁ ନୂଆ ସରକାର  ଏ ଦିଗରେ ବିଚାର କରିବେ ।  

ବାରବାଟୀ ଷ୍ଟାଡିୟମ୍‌କୁ ମିଳିଥିବା ମ୍ୟାଚର  ସଫଳ ପରିଚାଳନା ପାଇଁ ଓସିଏ ଦୃଢ ଆଶା ରଖିଛି ।  ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି,  ମ୍ୟାଚ ନେଇ ଗତ ୧୫ଦିନ ତଳେ ବିସିସିଆଇ  ସାଧାରଣ ସମ୍ପାଦକ ଜୟ ଶାହାଙ୍କ ସହ ବୈଠକ  ହୋଇଥିଲା । ବାରବାଟୀକୁ ମ୍ୟାଚ ଦେବା ନେଇ  ଅନୁରୋଧ କରିଥିଲି । ଆମ ଅନୁରୋଧ ରକ୍ଷା  କରି ବିସିସିଆଇ କଟକକୁ ମ୍ୟାଚ ଦେଇଥିବାରୁ  ଆମେ କୃତଜ୍ଞତା ଜ୍ଞାପନ କରୁଛୁ । କ୍ରିକେଟପ୍ରେମୀଙ୍କ  ଉତ୍ସାହକୁ ଦେଖି ପ୍ରଥମେ ମ୍ୟାଚ କରିବୁ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.