ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଖୋଲୁଛି ଭଣ୍ଡ ବାବାଙ୍କ କଳା କାରନାମାର ପେଡି, ଲିକ୍ ହେଉଛି ଗୋଟିଏ ପରେ ଗୋଟିଏ ଭିଡିଓ କ୍ଲିପ୍

ଢେଙ୍କାନାଳ, ୧୪/୧୦ : ଖୋଲୁଛି ଭଣ୍ଡ ବାବାଙ୍କ କଳା କାରନାମାର ପେଡି। ଲିକ୍ ହେଉଛି ରଙ୍ଗିଲା ବାବାଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ କ୍ଲିପ୍। ଢେଙ୍କାନାଳ ଜିଲ୍ଲା ଭାପୁର ପୁଲିସ ଫାଣ୍ଡି ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଅପହରଣ କରି ଗିରଫ ହୋଇଥିବା ପାଖଣ୍ଡି ବାବା କୈବଲ୍ୟ ଯାନୀ ଏବେ ଚର୍ଚ୍ଚାରେ। ବାବାଙ୍କର ରହିଛି ୨ଟି ଆଧାର କାର୍ଡ। ତାଙ୍କର ପ୍ରକୃତ ନାମ ହେଉଛି ଗୁରୁଦତ୍ତ ପଟ୍ଟନାୟକ। ଘର ଖୋର୍ଦ୍ଧା କେରଙ୍ଗ ଅଞ୍ଚଳରେ। ବାବାଙ୍କର ୨ଟି ଆଧାର କାର୍ଡ ଜବତ କରି ଆଉ ଏକ ମାମଲା ରୁଜୁ କଲା ପୋଲିସ।

ସୂଚନାନୁଯାୟୀ, ଆଠଗଡ଼ ତିଗିରିଆ ଥାନା ବାହାରବିଲ ଆଶ୍ରମ ମହନ୍ତ କୈବଲ୍ୟ ଯାନୀ ବାବାଙ୍କ ବିରୋଧରେ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ତଦନ୍ତ ଜାରି ରଖିଥିଲା। ଢେଙ୍କାନାଳ ସଦର ଏସଡିପିଓଙ୍କ ସମେତ ଢେଙ୍କାନାଳ ଓ ତିଗିରିଆ ପୋଲିସ ଆଶ୍ରମରେ ଚଢାଉ କରି କୈବଲ୍ୟ ଯାନୀଙ୍କୁ ଗିରଫ କରିଥିଲା। ଚଢାଉ ବେଳେ ବାବାଙ୍କ କାର୍‌ରୁ ବହୁ ଆପତ୍ତଜନକ ସାମଗ୍ରୀ ସହିତ ଯୁବତୀଙ୍କ କିଛି ଅନ୍ତରଙ୍ଗ ଫଟୋ ଓ ଜିନ୍ସ ପ୍ୟାଣ୍ଟ ଜବତ କରିଥିଲା। କେବଳ ସେତିକି ନୁହେଁ ଏହି ଭଣ୍ଡ ବାବାଙ୍କର ଗୋଟିଏ ପରେ ଗୋଟିଏ ଆପତ୍ତିଜନକ ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସୁଛି। କେତେବେଳେ ବାବା ଡିଜେ ଗୀତର ତାଳେ ତାଳେ ମସଗୁଲ୍ ହୋଇ ନାଚୁଛନ୍ତି ତ ଆଉ କେତେବେଳେ ସୁନ୍ଦର ସୁନ୍ଦର ଯୁବତୀଙ୍କ ସହ ରାସଲୀଳା କରୁଥିବା ଦେଖିବାକୁ ମିଳୁଛି। ତେବେ ଜଣେ ବାବା ହୋଇ ଏଭଳି କରିବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.