ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ

Published By : Harapriya Sethi | October 13, 2024 2:08 PM

ଛତ୍ରପୁର,୧୩/୧୦: ଆକ୍ସନ ମୋଡ଼ରେ ଗଞ୍ଜାମ ପୋଲିସ । ଜିଲ୍ଲାର ବିଭିର୍ଣ୍ଣ ଥାନା ଅଞ୍ଚଳରେ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି ପୋଲିସ ।  

ସୂଚନା ମୁତାବକ, ଛତ୍ରପୁରଥାନା ଶାନ୍ତିନଗର ସରକାରୀ ଆଇ ଟି ଆଇ ନିକଟ କୁକୁଡ଼ା ଫାର୍ମ ପଛପଟ ଜୁଆ ଆଡ୍ଡା ଉପରେ ଶନିବାର ଚଢାଉ କରିଥିଲା ପୋଲିସ । ସେମାନଙ୍କ ପାଖରୁ ନଗଦ ୪୧ହଜାର ୫୨୫ଟଙ୍କା ଜବତ କରିବା ସହ ୧୧ଟି ମଟର ସାଇକେଲ, ୩ ମୋବାଇଲ ଜବତ କରିଛି ପୋଲିସ । ଏହି ଘଟଣାରେ ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ । 

ସେହିପରି ଅକ୍ଟୋବର ୯ ତାରିଖ ରାତିରେ ବାଟଛତ୍ରପୁର କିଆବାଡ଼ ନିକଟରେ ଜୁଆ ଆଡ୍ଡା ଉପରେ ଛତ୍ରପୁର ପୁଲିସ ଚଢ଼ଉ କରିବା ସହ ନଗଦ ୫୬ ହଜାର ୩୯୦ ଟଙ୍କା ଜବତ କରିଛି ପୋଲିସ । ଏହା ସହ ୭ଟି ମୋବାଇଲ ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ୩ ଦିନ ତଳେ ଗଞ୍ଜାମ ପୋଲିସ କଲ୍ୟାଣପୁର ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ସେଠାରେ ଚଢାଉ କରି ନଗଦ ୨ ଲକ୍ଷ ୪୨ ହଜାର ଟଙ୍କା ଜବତ କରିଥିବା ବେଳେ୩ ଜଣଙ୍କୁ ଗିରଫ କରିଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.